ଅଷ୍ଟ୍ରେଲିଆର ପ୍ରଥମ ମହିଳା ସେନା ଅଧିକାରୀ ‘ସେନା ମୁଖ୍ୟ’
ଅଷ୍ଟ୍ରେଲିଆ ନିଜର ୧୨୫ବର୍ଷ ଇତିହାସରେ ପ୍ରଥମ ଥର ପାଇଁ ଜଣେ ମହିଳା ଅଧିକାରୀଙ୍କୁ ସେନାମୁଖ୍ୟ ଭାବେ ନିଯୁକ୍ତି କରିଛନ୍ତି ।
ଲେଫ୍ଟନାଂଟ ଜେନେରାଲ ସୁସାନ କୟଲ ଚଳିତବର୍ଷ ଜୁଲାଇରେ ଦେଶର ସେନାମୁଖ୍ୟ ଭାବେ ଦାୟିତ୍ୱ ସମ୍ଭାଳିବେ ।
ସେ ଲେଫ୍ଟନାଂଟ ଜେନେରାଲ ସାଇମ ଷ୍ଟୁଆର୍ଟଙ୍କ ସ୍ଥାନ ନେବେ । ୫୫ବର୍ଷୀୟ ସୁସାନ ତିନି ଦଶନ୍ଧିରୁ ଅଧିକ ସମୟ ହେଲା ସେନା ପାଇଁ କାର୍ଯ୍ୟ କରୁଛନ୍ତି ।
ସେ ୧୯୭୮ରେ ଆର୍ମି ରିଜର୍ଭରେ ଯୋଗ ଦେଇଥିଲେ । ଏହା ପରେ ସେ ଅଷ୍ଟ୍ରେଲିଆର ଡିଫେନ୍ସ ଫୋର୍ସ ଏକାଡେମୀରୁ ବିଜ୍ଞାନରେ ଡିଗ୍ରୀ ହାସଲ କରିଥିଲେ । ୧୯୯୨ ରୟାଲ ମିଲିଟାରୀ କଲେଜରୁ ସ୍ମାତକ ପାସ କରି ସେନାରେ ସାମିଲ ହୋଇଥିଲେ । ସେ ବିଭିନ୍ନ ରଣନୀତିକ ବିଭାଗରେ କାମ କରିଛନ୍ତି ।
ଉନ୍ନତ କାର୍ଯ୍ୟଶୈଳୀ, ନେତୃତ୍ୱ କ୍ଷମତା ଏବଂ ପେସାଦାର ଦକ୍ଷତା ପାଇଁ ତାଙ୍କୁ ସେନାରେ ଜଣେ ପ୍ରଭାବଶାଳୀ ଅଧିକାରୀ ଭାବେ ଜଣାଯାଏ ।
ସେନାମୁଖ୍ୟ ଭାବେ ଦାୟିତ୍ୱ ନେବା ପରେ ସୁସାନ ବିଶ୍ୱର ତୃତୀୟ ମହିଳା ସେନା ମୁଖ୍ୟ ହେବେ ।