୮୫୦କୁ ବୃଦ୍ଧି ପାଇବ ଲୋକସଭା ଆସନ!
କେନ୍ଦ୍ର ସରକାର ଲୋକସଭା ସଦସ୍ୟ ସଂଖ୍ୟା ୫୪୩ରୁ ୮୫୦କୁ ବୃଦ୍ଧି କରିବାକୁ ପ୍ରସ୍ତାବ ଦେଇଛନ୍ତି ।
ନୂତନ ସୀମା ନିର୍ଦ୍ଦାରଣ ସହ ଦୀର୍ଘଦିନ ଧରି ଆଲୋଚନା ହେଉଥିବା ମହିଳା ସଂରକ୍ଷଣ ଆଇନକୁ କାର୍ଯ୍ୟକାରୀ କରିବା ପାଇଁ ସବୁଜ ସଂକେତ ଦେବ । ଖବର ଅନୁଯାୟୀ ସଂପ୍ରସାରଣ ରୂପରେଖ ପ୍ରଦାନ କରୁଥିବା ଏକ ଡ୍ରାଫ୍ଟ ବିଲ ସାଂସଦମାନଙ୍କ ସହିତ ଅଂଶୀଦାର କରାଯାଇଛି ।
ସଂସଦର ସ୍ୱତନ୍ତ୍ର ତିନି ଦିନିଆ ଅଧିବେଶନରେ ପ୍ରମୁଖ ସାମ୍ବିଧାନିକ ସଂଶୋଧନ ଗ୍ରହଣ କରିବାକୁ ଯୋଜନା କରୁଛନ୍ତି । ସଂସଦ ଏବଂ ରାଜ୍ୟ ବିଧାନସଭାଗୁଡ଼ିକରେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ସଂଶୋଧନ କରିବା ପାଇଁ ମଧ୍ୟ ଉକ୍ତ ପ୍ରସ୍ତାବରେ ଆଲୋଚନା ହୋଇପାରେ ।
୨୦୧୧ ଜନଗଣନା ଆଧାରରେ ନିର୍ବାଚନ ମଣ୍ଡଳୀର ସୀମା ନିର୍ଦ୍ଦାରଣ କରିବା ପାଇଁ ଏହି ସ୍ୱତନ୍ତ୍ର ଅଧିବେଶନ ଡକାଯାଇଛି । ଆସନ ବୃଦ୍ଧି ନିର୍ବାଚନମଣ୍ଡଳୀ ପୁନଃନିର୍ମାଣ କରି କୋଟାର ସୁଗମ ପ୍ରସାରଣକୁ ସକ୍ଷମ କରିବା ଲକ୍ଷ୍ୟ ରଖାଯାଇଛି ।
ପ୍ରସ୍ତାବ ଅନୁଯାୟୀ ୮୧୫ଟି ଆସନ ରାଜ୍ୟପାଇଁ ଏବଂ ୩୫ଟି ଆସନ କେନ୍ଦ୍ରଶାସିତ ଅଂଚଳ ପାଇଁ ରହିବ । ୨୦୨୯ ଲୋକସଭା ନିର୍ବାଚନରୁ ପରିବର୍ତନ କାର୍ଯ୍ୟକାରୀ ହେବ ବୋଲି ଆଶା କରାଯାଉଛି । ତେବେ ଏହାକୁ ଚ୍ୟାଲେଞ୍ଜ କରିବା ପାଇଁ ବିରୋଧୀ ଦଳ ପ୍ରସ୍ତୁତ ହେଉଛନ୍ତି ।
ଆପ, ଆରଜେଡି ଓ ଡିଏମକେ ସମେତ ଅନ୍ୟ ବିରୋଧୀ ଦଳଗୁଡ଼ିକ ଏହି ପ୍ରସ୍ତାବକୁ ବିରୋଧ କରିବେ ବୋଲି ଆଶା କରାଯାଉଛି ।
ଦିଲ୍ଲୀରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେଙ୍କ ବାସଭବନରେ ଆପ ସମେତ ବିରୋଧୀ ସହଯୋଗୀଙ୍କ ଏକ ରଣନୀତି ବୈଠକ ସ୍ଥିର ହୋଇଛି ।
ଟିଏମସି ଏବଂ ଡିଏମକେର ନେତାମାନେ ଏଥିରେ ଯୋଗଦେବାର ଆଶା କରାଯାଉଛି ।