ପାକିସ୍ତାନର ମଧ୍ୟସ୍ଥତାକୁ ଶଶି ଥରୁରଙ୍କ ସ୍ୱାଗତ
ଆମେରିକା-ଇରାନ ମଧ୍ୟରେ ଅସ୍ତ୍ରବିରତି ପାଇଁ ପାକିସ୍ତାନର କୂଟନୈତିକ ଭୂମିକାକୁ ନେଇ କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ କୂଟନୀତିଜ୍ଞ ଶଶି ଥରୁର ଏକ ବଡ଼ ବୟାନ ଦେଇଛନ୍ତି ।
ଶ୍ରୀ ଥରୁର କହିଛନ୍ତି ଯେ ଏହି ଶାନ୍ତି ପ୍ରକ୍ରିୟା ପାଇଁ ଭାରତ ବିବ୍ରତ ନ ହୋଇ ବରଂ ଏହାକୁ ସ୍ୱାଗତ କରିବା ଉଚିତ୍ । କାରଣ ଆଂଚଳିକ ସ୍ଥିରତା ଭାରତର ସ୍ୱାର୍ଥ ସହ ଜଡ଼ିତ ।
ଭାରତ ସରକାର ଏହି ପ୍ରସଙ୍ଗରେ ପ୍ରକାଶ କରିଥିବା ପ୍ରତିକ୍ରିୟାକୁ ପରିପକ୍ୱ ଓ ବିଜ୍ଞତାପୂର୍ଣ୍ଣ ବୋଲି ଅଭିହିତ କରି ସେ କହିଛନ୍ତି ଯେ ସଂଘର୍ଷର ସମାପ୍ତି ଦ୍ୱାରା ବିଶ୍ୱ ଶକ୍ତି ବଜାର ସ୍ଥିର ହେବ ।
ଯାହା ପରୋକ୍ଷରେ ଭାରତୀୟ ସ୍ୱାର୍ଥ ରକ୍ଷା କରିବ । ପାକିସ୍ତାନ ଓ ଇରାନ ମଧ୍ୟରେ ୯୦୦ କିଲୋମିଟରରୁ ଅଧିକ ସୀମା ରହିଥିବାରୁ ଏହି ଯୁଦ୍ଧର ପ୍ରଭାବ ଇସଲାମବାଦ ଉପରେ ପଡ଼ିବା ନିଶ୍ଚିତ ଥିଲା । ତେଣୁ ଶାନ୍ତି ପାଇଁ ପାକିସ୍ତାନର ଉତ୍ସାହ ରହିବା ସ୍ୱାଭାବିକ ।
କିନ୍ତୁ ପାକ୍ ପ୍ରଧାନମନ୍ତ୍ରୀ ଶେହବାଜ ସରିଫଙ୍କ ଏକ୍ସ ପୋଷ୍ଟକୁ ନେଇ ଚାଲିଥିବା ଚର୍ଚା ଉପରେ କଟାକ୍ଷ କରି ଥରୁର କହିଛନ୍ତି ଯେ ହୁଏତ ଆମେରିକା ପାକିସ୍ତାନକୁ ଏକ କୂଟନୈତିକ ଆଢୁଆଳ ଭାବେ ବ୍ୟବହାର କରି ଶାନ୍ତି ପ୍ରତିଷ୍ଠା କରିବାକୁ ଚାହୁଁଛି ।
ବର୍ତମାନର ବଦଳୁଥିବା ବିଶ୍ୱ ରାଜନୀତିରେ ଭାରତ ନିଜକୁ ଗ୍ଲୋବାଲ ସାଉଥ ସ୍ୱର ଭାବେ ପ୍ରତିଷ୍ଠିତ କରି ସାରିଛି । ଏଭଳି ସ୍ଥିତିରେ ପଡ଼ୋଶୀ ଦେଶର ଶାନ୍ତି ପ୍ରୟାସକୁ ନେଇ କଟୁ ସମାଲୋଚକ ନ ସାଜି ଏକ ଦାୟିତ୍ୱନା ଆଂଚଳିତ ଶକ୍ତି ଭାବେ ଭାରତ ଏହି ପ୍ରକ୍ରିୟା ଉପରେ ଗୁରୁତ୍ୱ ଦେବା ଆବଶ୍ୟକ ।
ଶାନ୍ତି ପ୍ରକ୍ରିୟାର ବିଫଳତା ନୁହେଁ, ବରଂ ଏହାର ସଫଳତା ହିଁ ଏସିଆର ସୁର%ା ପାଇଁ ଏକ ଶୁଭ ସଂକେତ ବୋଲି ସେ ମନେ କରନ୍ତି ।