ଅଗ୍ନିକାଣ୍ଡରେ ୭ ବସ ଭସ୍ମୀଭୂତ
ଜମ୍ମୁ-କଶ୍ମୀରର କୁପୱାଡ଼ା ଜିଲାର ମୁଖ୍ୟ ବସ ଷ୍ଟାଣ୍ଡରେ ଗତକାଲି ରାତିରେ ଏଭ ଭୟଙ୍କର ଅଗ୍ନକାଣ୍ଡ ଘଟିଛି ।
ଘଟଣାସ୍ଥଳରେ ଉପସ୍ଥିତ ଅଗ୍ନିଶମ କର୍ମଚାରୀମାନେ ସୂଚନା ଦେଇଛନ୍ତି ଯେ ଛଅଟି ବସ୍ ସମ୍ପୂର୍ଣ୍ଣ ନିଆଁରେ ପୋଡ଼ି ନଷ୍ଟ ହୋଇଯାଇଛି ।
ତୁରନ୍ତ ଅଗ୍ନି ନିର୍ବାପନ କାର୍ଯ୍ୟ ଆରମ୍ଭ କରାଯାଇଥିଲା ଏବଂ କିଛି ଘଂଟା ମଧ୍ୟରେ ନିଆଁକୁ ନିୟନ୍ତ୍ରଣ କରାଯାଇଥିଲା । ଅଗ୍ନିକାଣ୍ଡରେ ମୋଟ ସାତଟି ବସ୍ କ୍ଷତିଗ୍ରସ୍ତ ହୋଇଛି ।
ମୃତାହତ ହେବାର କୌଣସି ଖବର ମିଳିନାହିଁ ।
ଅଗ୍ନିକାଣ୍ଡର କାରଣ ଜଣାପଡ଼ି ନଥିଲେ ସୁଦ୍ଧା ପୁଲିସ ପକ୍ଷରୁ ତଦନ୍ତ ଜାରି ରହିଛି ।