ଇସ୍ରାଏଲର କ୍ଷେପଣାସ୍ତ୍ରରେ ୨୫୦ ମୃତ
ଲେବାନନରେ ବୁଧବାର ରାତି୍ରି ଇସ୍ରାଏଲ ଏକ ସିରିଜ ବିମାନ ଆକ୍ରମଣ କରିଥିଲା ।
ରିପୋର୍ଟ ଅନୁସାରେ ଇସ୍ରାଏଲ ୧୦ମିନିଟ୍ ମଧ୍ୟରେ ୧୦୦ରୁ ଅଧିକ ଲକ୍ଷ୍ୟସ୍ଥଳକୁ ଆକ୍ରମଣ କରିଥିଲା । ଯାହା ହିଜବୋଲା କମାଣ୍ଡ ସେଂଟର ଏବଂ ସାମରିକ ଘାଟି ବୋଲି ବର୍ଣ୍ଣନା କରାଯାଇଛି ।
ଏହି ଆକ୍ରମଣରେ ୨୫୦ରୁ ଅଧିକ ଲୋକଙ୍କ ମୃତ୍ୟୁ ନିଶ୍ଚିତ ହୋଇଛି । ଅଧିକାରୀମାନେ କହିଛନ୍ତି ଯେ ଇରାନରେ ଯୁଦ୍ଧବିରତି ସତ୍ୱେ ଲେବାନନ ସଶସ୍ତ୍ର ଗୋଷ୍ଠୀ ହିଜବୋଲା ବିରୋଧରେ ଯୁଦ୍ଧ ଜାରି ରହିଛି ।
ଇସ୍ରାଏଲ ଏହି ବିମାନ ଆକ୍ରମଣକୁ ଏପର୍ଯ୍ୟନ୍ତ ସବୁଠାରୁ ବଡ଼ ବୋଲି ବର୍ଣ୍ଣନା କରିଛି ।
ବୈରୁତର ଦକ୍ଷିଣ ଉପନଗର, ଦକ୍ଷିଣ ଲେବାନନ ଏବଂ ପୂର୍ବ ବେକା ଉପତ୍ୟକାକୁ ଟାର୍ଗେଟ କରାଯାଇଥିଲା ।