କାଲିଠୁ ରାଜ୍ୟରେ ଏସଆଇଆର
ଘର ଘର ବୁଲିବେ ବିଏଲଓ
ଆଗାମୀ ୨୦୨୭ ସାଧାରଣ ନିର୍ବାଚନ ପାଇଁ ଏବେ ଠାରୁ ଦେଶବ୍ୟାପୀ ଭୋଟର ତାଲିକା ସଂଶୋଧନ କାର୍ଯ୍ୟ ଚାଲିଛି ।
ଏହି କ୍ରମରେ ଆସନ୍ତା କାଲି ଠାରୁ ଘରକୁ ଘର ବିଏଲଓମାନେ ଘରକୁ ଘର ବୁଲି ଭୋଟରଙ୍କ ସବିଶେଷ ତଥ୍ୟ ସଂଗ୍ରହ କରିବେ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ (ସିଇଓ) ଏକ ପ୍ରେସ ମିଟ୍ରେ ସୂଚନା ଦେଇଛନ୍ତି ।
ଏହି କାର୍ଯ୍ୟକ୍ରମ ଆସନ୍ତା ଜୁନ ୨୮ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ସେ କହିଛନ୍ତି ।
ଏଯାବତ ସମଗ୍ର ଦେଶରେ ଏସଆଇଆର ଯୋଗେ ପ୍ରାୟ ୩ କୋଟି ୧୬୩ ହଜାର ୩୨୩ ଜଣ ଭୋଟରଙ୍କ ମ୍ୟାପିଂ ସରିଛି ।
ଏଥିରେ ୧୬% ଲଜିକାଲ ତ୍ରୁଟି ବାହାରିଛି ଯାହାକୁ ବିଏଲଓମାନେ ସଂଶୋଧନ କରିବେ ।
ଏହି ବିଏଲଓଙ୍କ ଜରିଆରେ ଭୋଟର ଆଇଡିର ସଂଶୋଧନ ମତଦାତାମାନେ କରିପାରିବେ ।
ପ୍ରତ୍ୟେକ ଭୋଟରଙ୍କୁ ୨ଟି ଲେଖାଏ ଫର୍ମ ଦିଆଯିବ ବୋଲି ସିଇଓ କହିଛନ୍ତ ।
ମତଦାତାମାନେ ଗୋଟିଏ ଫର୍ମ ଫିଲପ କରି ନିଜ ପାଖରେ ରଖିବେ ଏବଂ ଅନ୍ୟଟି ବିଏଲଓଙ୍କୁ ଦେବେ ବୋଲି ସିଇଓ କହିଛନ୍ତି ।