ଯମୁନାରେ ବୁଡ଼ିଗଲେ ୬ ଶ୍ରଦ୍ଧାଳୁ
ଯମୁନା ନଦୀରେ ୨୫ରୁ ୩୦ଜଣ ଭକ୍ତ ଭର୍ତି ହୋଇଥିବା ଏକ ଷ୍ଟିମର ବୁଡ଼ିଯାଇ ବଡ଼ ଧରଣର ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି ।
ଦୁର୍ଘଟଣାରେ ବର୍ତମାନ ସୁଦ୍ଧା ୬ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଆହୁରି ଅନେକେ ନିଖୋଜ ଥିବା ସୂଚନା ମିଳିଛି । ଏହି ଘଟଣା ପରେ ସମଗ୍ର ଅଂଚଳରେ ଆତଙ୍କ ଖେଳିଯାଇଛି ।
ଯୁଦ୍ଧକାଳୀନ ଭିତିରେ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି ।
ପୁଲିସ ସୂତ୍ରରୁ ଜଣାପଡ଼ିଛି ଯେ ଷ୍ଟିମରଟି ଭାରସାମ୍ୟ ହରାଇବାରୁ ନଦୀରେ ଓଲଟି ପଡ଼ିଥିଲା, ତେବେ ସଙ୍ଗେ ସଙ୍ଗେ ୧୨ଜଣ ଭଳି ଶ୍ରଦ୍ଧାଳୁଙ୍କୁ ଉଦ୍ଧାର କରାଯିବା ସମ୍ଭବ ହୋଇଥିବାବେଳେ ଅନେକେ ନିଖୋଜ ଥିବା ଅନୁମାନ କରାଯାଉଛି ।