୪୨ ନକ୍ସଲଙ୍କ ଆତ୍ମ ସମର୍ପଣ
ଶୁକ୍ରବାର ସୀମାନ୍ତ ତେଲେଙ୍ଗାନା ପୁଲିସକୁ ମିଳିଛି ଏକ ବଡ଼ ସଫଳତା ।
ସରକାରଙ୍କ ଶେଷ ଟାର୍ଗେଟର ୧୦ଦିନ ପରେ ଜଙ୍ଗଲରେ ଥିବା ୪୨ଜଣ ନକ୍ସଲ ଆତ୍ମସମର୍ପଣ କରିଛନ୍ତି । ହାଇଦ୍ରାବାଦରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡିଙ୍କ ସମ୍ମୁଖରେ ଏହି ନକ୍ସଲମାନେ ଆତ୍ମସମର୍ପଣ କରିଛନ୍ତି ।
ଆତ୍ମସମର୍ପଣ ସମୟରେ ୩୬ଟି ବନ୍ଧୁକ ଥିଲା ।
ଏମାନଙ୍କ ମଧ୍ୟରୁ ଜଣେ କେନ୍ଦ୍ରୀୟ କମିଟି ମ୍ବେର ରହିଥିବାବେଳେ ଜଣେ ତେଲେଙ୍ଗାନା ଷ୍ଟେଟ କମିଟି ମେମ୍ବର, ୫ଜଣ ଡିଭିସିଏମ, ୧୮ଜଣ ଏସିଏମ ଏବଂ ୧୭ଜଣ ମେମ୍ବର ଅଛନ୍ତି ।
ଆତ୍ମସମର୍ପଣ କରିଥିବା ନକ୍ସଲମାନଙ୍କ ମଧ୍ୟରେ କେନ୍ଦ୍ରୀୟ କମିଟି ସଦସ୍ୟ ସୋଡ଼ି ମଲ୍ଲା ଓରଫ ନିଖିଲ, ଷ୍ଟେଟ କମିଟି ମେମ୍ବର ଚପା ନାରାୟଣ ଓରଫ ଗଜେନ୍ଦ୍ର ଅଛନ୍ତି ।
ଅନ୍ୟମାନେ ହେଲେ ଡିଭିସିଏମ ସଦସ୍ୟ ମାଡ଼ବୀ ମଡ୍ଡା, କାଡତି ସୋନୁ, ମଡ଼ିୟମ ମୁନ୍ନି, ପୁନମ ଶୁକକୁ, ହେମଲା ଲାଛି, ଏସିଏମ ସୋଡି ଭୀମା, ତାଟି ରାଜୁ, କୋବାସୀ ରାଜୁ, ମଡ଼ିୟମ ଭୀମା, ମାଡ଼କମ ଭୀମା, ପୋଡ଼ିୟମ ଗାଙ୍ଗି, ସୋନି ଭୀମା, କୁଡାମ ଦେବୀ ।
ଏମାନଙ୍କ ନାମରେ ସରକାର ୧କୋଟି ୯୩ଲକ୍ଷ ଟଙ୍କାର ରାଶି ଘୋଷଣା କରିଥିଲେ ।
ପ୍ରକାଶ ଥାଉ କି ତେଲେଙ୍ଗାନା ପୁଲିସ ନିକଟରେ ୨୦୨୪ ମସିହାରେ ୪୭ଜଣ ଆତ୍ମସମର୍ପଣ କରିଥିବାବେଳେ ୨୦୨୬ରେ ୨୦୫ଜଣ ନକ୍ସଲ ଆତ୍ମସମର୍ପଣ କରିଥିଲେ ।