କ୍ରସ ଭୋଟିଂ ପାଇଁ ଦଳରୁ ୬ ବିଧାୟକ ବିଦା
ପିଏସି ମିଟିଂର ସୁପାରିଶକ୍ରମେ ନବୀନଙ୍କ ଆକ୍ସନ
ଗତ ୧୬ ତାରିଖରେ ରାଜ୍ୟସଭା ନିର୍ବାଚନରେ ଦଳୀୟ ହ୍ୱିପ ସତ୍ୱେ ବିଜେଡିର ୬ ଜଣ ବିଧାୟକଙ୍କୁ ପିଏସି ମିଟିଂର ସୁପାରିଶକ୍ରମେ ସୁପ୍ରିମୋ ନବୀନ ପଟ୍ଟନାୟକ ଦଳରୁ ବିଦା କରିଛନ୍ତି ।
ପିଏସି ମିଟିଂର ସୁପାରିଶ କ୍ରମେ ଦେବୀ ରଂଜନ ତ୍ରିପାଠୀ, ସୌଭିକ ବିଶ୍ୱାଳ, ଚକ୍ରମଣି କହଁର, ସୁବାସିନି ଜେନା, ନବକିଶୋର ମଲିକ ଓ ରମାକାନ୍ତ ଭୋଇଙ୍କୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଦଳରୁ ବିଦା କରିଛନ୍ତି ବୋଲି ବିଜେଡି ମୁଖପାତ୍ର ପ୍ରମିଳା ମଲିକ ସୂଚନା ଦେଇଛନ୍ତି ।
ଫଳରେ ଏକଦା ୫୧ ଜଣ ବିଧାୟକଙ୍କୁ ନେଇ ମହାଦ୍ରୁମ ପାଲଟିଥିବା ବିଜେଡିର କ୍ରମେ ସଂକୁଚିତ ହେବାକୁ ଲାଗିଛି । ଏବେ ଏହା ୪୨କୁ କମିସାରିଛି ।
ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଏଭଳି ଆଭିମୁଖ୍ୟକୁ ପସନ୍ଦ ନକରି ବହୁ ଯୁବ ନେତା ଓ କର୍ମୀ ଜଣକ ପରେ ଜଣେ ଦଳ ଛାଡ଼ିବା ଆରମ୍ଭ କରିଛନ୍ତି ।
ତେବେ ଯଦି ଏଭଳି ପରିସ୍ଥିତି ଜାରି ରହେ ତା’ହେଲେ ହୁଏତ ଆଗକୁ ବିଜେଡି ଦଳର ସ୍ଥିତି ରହିବ କି ନାହିଁ ତାହାକୁ ନେଇ ରାଜନୈତିକ ସମୀକ୍ଷକମାନେ ସନେ୍ଦହ ପ୍ରକଟ କରିଛନ୍ତି ।