ଜନଗଣନା ପାଇଁ ଏସଓପି ଜାରି
ଜନଗଣନା-୨୦୨୭ କାର୍ଯ୍ୟରେ ନିୟୋଜିତ ଅଧିକାରୀ ଏବଂ କର୍ମଚାରୀମାନଙ୍କ ସୁରକ୍ଷା ଏବଂ ନିରାପତା ନିମନ୍ତେ ରାଜ୍ୟ ସରକାର ତଥା ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଏସଓପି ଜାରି କରାଯାଇଛି ।
ରାଜ୍ୟ ସରକାରଙ୍କ ଅନୁସାରେ ପୂର୍ବାହ୍ନ ୧୧ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ଜନଗଣନା କରାଯିବ ।
ଜନଗଣନାରେ ବାଧା ସୃଷ୍ଟି କଲେ ଅଭିଯୁକ୍ତଙ୍କ ବିରୋଧରେ ୧୯୪୮ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ ।
ଆଇନ ଅନୁଯାୟୀ ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ ହେଲେ ୩ବର୍ଷ ଜେଲ ଯାଇପାରନ୍ତି । ବିଗତ ଦିନରେ ରାଜ୍ୟର ବିଭିନ୍ନ ସ୍ଥାନରେ ଘଟିଥିବା ଅଘଟଣ ନେଇ ରାଜ୍ୟ ସରକାର ତତ୍ପରତା ପ୍ରକାଶ କରିଛନ୍ତି ।
ଏ ନେଇ ସବୁ ଜିଲାପାଳ, ଏସପି ଓ ମ୍ୟୁନିସିପାଲ କମିସନରମାନଙ୍କୁ ସରକାର ଚିଠି ଜାରି କରିଛନ୍ତି ।