ଷ୍ଟେଟବ୍ୟାଙ୍କ କର୍ମଚାରୀଙ୍କ ଆନେ୍ଦାଳନ ଡାକରା
୫ଦିନ ବନ୍ଦ ରହିପାରେ ବ୍ୟାଙ୍କ ସେବା
୧୬ ଦଫା ବିଭିନ୍ନ ଦାବିରେ ସମଗ୍ର ଦେଶରେ ଷ୍ଟେଟବ୍ୟାଙ୍କ ଅଫ ଇଣ୍ଡିଆର କର୍ମଚାରୀମାନେ ମେ ୨୫ ଓ ୨୬ତାରିଖରେ ଦୁଇ ଦିନିଆ ଦେଶବ୍ୟାପୀ ହରତାଳ ଡାକରା ଦେଇଛନ୍ତି ।
କର୍ମଚାରୀଙ୍କ ଅଧିକାର ସୁରକ୍ଷା, କାର୍ଯ୍ୟ କ୍ଷେତ୍ରରେ ପରିବେଶର ସୁଧାର ଓ ଗ୍ରାହକ ସେବାକୁ ଧ୍ୟାନରେ ରଖି ଏହି ଡାକରା ଦିଆଯାଇଥିବା କୁହାଯାଉଛି ।
ବ୍ୟାଙ୍କରେ ଖାଲି ମେସେଞ୍ଜର ପଦରେ ସ୍ଥାୟୀ ନିଯୁକ୍ତି, ସୁରକ୍ଷା ପାଇଁ ପର୍ଯ୍ୟାପ୍ତ କର୍ମଚାରୀ ନିଯୁକ୍ତି, ବେତନ ଓ ସୁବିଧାରେ ସମାନତା, ଅବସରପ୍ରାପ୍ତ କର୍ମଚାରୀଙ୍କୁ ଅଧିକ ସୁବିଧା, ଡାକ୍ତରୀ ସେବାର ସରଳୀକରଣ ଆଦି ପାଇଁ କର୍ମଚାରୀମାନେ ଦାବି କରିଛନ୍ତି ।
କର୍ମଚାରୀମାନଙ୍କ ଆନେ୍ଦାଳନ ଯୋଗୁଁ ଦେଶରେ ବ୍ୟାଙ୍କ ସେବା ବ୍ୟାପକ ପ୍ରଭାବିତ ହେବା ଆଶଙ୍କା କରାଯାଉଛି ।
ମେ ୨୩ ଚତୁର୍ଥ ଶନିବାର ଓ ମେ ୨୪ତାରିଖ ରବିବାର ଥିବାରୁ ବ୍ୟାଙ୍କ ବନ୍ଦ ରହିବ ।
ମେ ୨୫ ଓ ୨୬ ତାରିଖରେ ବକରି ଇଦ୍ ପାଇଁ ବ୍ୟାଙ୍କ ବନ୍ଦ ରହିଲେ କ୍ରମାଗତ ୫ଦିନ ଗ୍ରାହକ ସେବା ବାଧାପ୍ରାପ୍ତ ହେବା ଆଶଙ୍କା ରହିଛି ।