ଜାତୀୟ ସଂଗୀତର ସମମର୍ଯ୍ୟାଦା ପାଇବ ‘ବନେ୍ଦ ମାତରମ’ ସଂଗୀତ
ମନ୍ତ୍ରିମଣ୍ଡଳ ସଭାରେ ମୋଦୀଙ୍କ ସିଦ୍ଧାନ୍ତ
ଦେଶର ଜାତୀୟ ସଂଗୀତ ‘ଜନ ଗଣ ମନ’ ସହ ‘ବନେ୍ଦ ମାତରମ’ ସଂଗୀତ ନେଇ କେନ୍ଦ୍ର ମୋଦୀ ସରକାର ନୂତନ ସିଦ୍ଧାନ୍ତ ନେବାକୁ ଯାଉଛନ୍ତି ।
ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ ଏହି ସିଦ୍ଧାନ୍ତ କାର୍ଯ୍ୟକାରୀ ନିମନ୍ତେ Prevention of Insults to National Honour Act, 1971ରେ ସଂଶୋଧନ ଆଣିବାକୁ ହେବ ।
ସଂଶୋଧନ ପରେ ‘ବନେ୍ଦ ମାତରମ’ ପ୍ରତି ଅସମ୍ମାନ ବା ସଂଗୀତ ଚାଲୁଥିବା ସମୟରେ ବିଘ୍ନ ଘଟାଇବା ଆଇନତଃ ଦଣ୍ଡନୀୟ ଅପରାଧ ଭାବେ ଗଣ୍ୟ କରାଯିବ । ‘ଜନ ଗଣ ମନ’ କ୍ଷେତ୍ରରେ ଯାହା ପ୍ରଯୋଜ୍ୟ ହୋଇଥାଏ, ତାହା ‘ବନେ୍ଦ ମାତରମ’ କ୍ଷେତ୍ରରେ ମଧ୍ୟ ପ୍ରଯୋଜ୍ୟ ହେବ ।
ନୂତନ ପ୍ରସ୍ତାବ ଅନୁସାରେ ‘ବନେ୍ଦ ମାତରମ’କୁ ଜାତୀୟ ସଂଗୀତର ସମତୁଲ୍ୟ ମର୍ଯ୍ୟାଦା ଦିଆଗଲେ ଏବଂ ଏହି କ୍ଷେତ୍ରରେ ଯଦି କେହି ଅବମାନନା କରନ୍ତି ତେବେ ତାଙ୍କ ବିରୋଧରେ ତିନିବର୍ଷ କାରାଦଣ୍ଡ ବା ଜୋରିମାନା ଇତ୍ୟାଦି ହୋଇପାରେ ।
ସୂଚନାଯୋଗ୍ୟ ଯେ ବଙ୍କିମ ଚନ୍ଦ୍ର ଚଟ୍ଟୋପାଧ୍ୟାୟଙ୍କଦ୍ୱାରା ଲିଖିତ ‘ବନେ୍ଦ ମାତରମ’ ଭାରତର ସ୍ୱାଧୀନତା ଆନେ୍ଦାଳନର ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ସ୍ଲୋଗାନ ଓ ସଂଗୀତ ହିସାବରେ ବିବେଚିତ ।
ତେଣୁ ଏହି ସଂଗୀତକୁ ଜାତୀୟ ସଂଗୀତର ସମମର୍ଯ୍ୟାଦା ଦିଆଯିବା ନିମନ୍ତେ ଗୁରୁତ୍ୱପୂର୍ଣ୍ଣ ସିଦ୍ଧାନ୍ତ ବୋଲି ମନେ କରାଯାଇଛି ।