୧୭ ନକ୍ସଲଙ୍କ ଆତ୍ମସମର୍ପଣ
ମୋଷ୍ଟ ୱାଂଟେଡ ପାପା ରାଓ କଲେ ସରେଣ୍ଡର
୨୦୨୬ ମାର୍ଚ ୩୧ ସୁଦ୍ଧା ଓଡ଼ିଶା ହେବ ମାଓମୁକ୍ତ । ଓଡ଼ିଶାର କୌଣସି ରାଜ୍ୟରେ ମାଓବାଦୀ ବା ନକ୍ସଲ ରହିବେ ନାହିଁ । ବିଧାନସଭାରେ ଏଭଳି ଦୃଢ଼ୋକ୍ତି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।
ଏବେ ଓଡ଼ିଶାରେ ଆଉ ମାଓବାଦୀଙ୍କ ଭୟ ନାହିଁ । ସୁରକ୍ଷାକର୍ମୀଙ୍କ ମାଓ ଦମନ ଅଭିଯାନରେ ୨୦୨୬ ମାର୍ଚ୍ଚ ୧୫ ସୁଦ୍ଧା ୯୬ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି ।
ତେବେ ରାଜ୍ୟରେ ବର୍ତମାନ ମାତ୍ର ୧୫ ଜଣ ମାଓବାଦୀ ରହିଛନ୍ତି ବୋଲି ଗତକାଲି ବିଧାନସଭାରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିବାର ୨୪ ଘଂଟା ମଧ୍ୟରେ ଏହାର ପ୍ରଭାବ ନକ୍ସଲଙ୍କ ଉପରେ ପଡ଼ିଛି ।
କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ମାଓ ଦମନ ଅଭିଯାନକୁ ମିଳିଛି ଆଉ ଏକ ବଡ଼ ସଫଳତା ।
ମଙ୍ଗଳବାର ଛତିଶଗଡ଼ର ବିଜାପୁର ଠାରେ ସୁରକ୍ଷାକର୍ମୀଙ୍କ ସମ୍ମୁଖରେ ୧୭ ଜଣ ନକ୍ସଲ ଆତ୍ମସମର୍ପଣ କରିଛନ୍ତି ।
ତେବେ ସବୁଠାରୁ ବଡ଼ କଥା ହେଲା ୨୦୧୦ ନକ୍ସଲ ଆକ୍ରମଣର ମାଷ୍ଟର ମାଇଣ୍ଡ ବୋଲାଉଥିବା ମୋଷ୍ଟ ୱାଂଟଡ୍ ମାଓ ନେତା ପାପା ରାଓ ମଧ୍ୟ ଅସ୍ତ୍ର ଛାଡ଼ି ପୁଲିସ ଆଗରେ ଆତ୍ମସମର୍ପଣ କରି ମୁଖ୍ୟସ୍ରୋତରେ ସାମିଲ ହୋଇଛନ୍ତି ।
ପାପା ରାଓଙ୍କ ମୁଣ୍ଡରେ ସରକାରଙ୍କ ପକ୍ଷରୁ ୨୫ ଲକ୍ଷ ଟଂକାର ପୁରସ୍କାର ରାଶି ଘୋଷଣା କରାଯାଇଥିଲା ।