କଲମ୍ବିଆରେ ବିମାନ ଦୁର୍ଘଟଣା
କଲମ୍ବିଆରେ ସେନା ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ଜଙ୍ଗଲରେ ବିମାନ ଖସିପଡ଼ିଥିବା ସୂଚନା ମିଳିଛି । ଏହି ବିମାନରେ ୧୧୦ ସୈନିକ ଥିଲେ ।
କଲମ୍ବିଆର ଏକ ହର୍କୁଲାସ ସି-୧୩୦ ସେନାବିମାନ ଦକ୍ଷିଣ କଲମ୍ବିଆର ପ୍ୟୁରେଟୋ ଲେଗୁଇଜାମୋରୁ ଉଡ଼ାଣ ଭରିଥିଲା ।
ଏଥିରେ ୧୧୦ ଜଣ ସୈନିକ ସବାର ଥିଲେ । ଏହି ମର୍ମନ୍ତୁଦ ବିମାନ ଦୁର୍ଘଟଣାରେ ସମସ୍ତ ସୈନିକ ପ୍ରାଣ ହରାଇଥିବା ଜଣାଯାଇଛି । ତେବେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଏହି ବିମାନ ଦୁର୍ଘଟଣା ଘଟିଥାଇପାରେ ବୋଲି ଅନୁମାନ କରାଯାଇଛି ।
ଖବର ପାଇ ପୁଲିସ, ଅଗ୍ନିଶମ ଓ ଉଦ୍ଧାରକାରୀ ଦଳ ଜଙ୍ଗଲରେ ପହଂଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି ।