ସ୍ୱାମୀ ଲକ୍ଷ୍ମଣାନନ୍ଦ ହତ୍ୟାକାଣ୍ଡ
ପୂର୍ବ ବିଜେଡି ସରକାରଙ୍କୁ ଦାୟୀ କଲେ ଆଇନମନ୍ତ୍ରୀ
ଆଜି ସାରା ଦେଶରେ ପ୍ରଭୁ ଶ୍ରୀକୃଷ୍ଣଙ୍କ ଜନ୍ମଦିନକୁ ଜନ୍ମାଷ୍ଟମୀ ଭାବେ ପାଳନ କରାଯାଉଛି । ପଲ୍ଲୀ ଠାରୁ ଦିଲ୍ଲୀ ପର୍ଯ୍ୟନ୍ତ ସର୍ବତ୍ର ଚାଲି ଉତ୍ସବର ମାହୋଲ ।
ହେଲେ କୋରାପୁଟରେ ଆଜି ବି ଲୋକେ ଅଛନ୍ତି ଉଦାସ । କାରଣ ତାଙ୍କର ପ୍ରିୟ ଗୁରୁଜୀ ସ୍ୱାମୀ ଲକ୍ଷ୍ମଣାନନ୍ଦଜୀଙ୍କୁ ହତ୍ୟା କରିଥିବା ହତ୍ୟାକାରୀମାନେ ଆଜି ବି ଖୁଲମଖୁଲା ବୁଲୁଛନ୍ତି ।
ଯାହାକି ଆମର ପ୍ରଶାସନିକ ଓ ନ୍ୟାୟିକ ବ୍ୟବସ୍ଥା ପ୍ରତି ଅଙ୍ଗୁଳି ନିର୍ଦେଶ କରୁଛି । ୨୦୦୮ ଅଗଷ୍ଟ ୨୩ ତାରିଖରେ କିଛି ମାଓବାଦୀ ଆଶ୍ରମ ମଧ୍ୟରେ ପଶି ଆଖିବୁଜା ଗୁଳିଚାଳନା କରିଥିଲେ ।
ଏଥିରେ ସ୍ୱାମୀ ଲକ୍ଷ୍ମଣାନନ୍ଦଙ୍କ ମୃତୁ୍ୟ ଘଟିଥିବାବେଳେ ଏହି ହତ୍ୟାକାଣ୍ଡକୁ ୧୮ ବର୍ଷ ପୂରିଲା; କିନ୍ତୁ ନା’ ହତ୍ୟାକାରୀ ଧରାହେଲେ ନା’ ହେଲା କାହା ପ୍ରତି ଦୃଢ଼ କାର୍ଯ୍ୟାନୁଷ୍ଠାନ ।
ବରଂ ପୂର୍ବର ବିଜେଡି ସରକାର ନିଜର ଦୋଷ ଦୁର୍ବଳତାକୁ ଲୁଚାଇବା ପାଇଁ ଏହି ମାମଲାର ତଦନ୍ତ କରିଥିବା ନାଇଡ଼ୁ କମିସନର ରିପୋର୍ଟ ଫାଇଲକୁ ଜାଣିଶୁଣି ହଜାଇ ଦେଇଛନ୍ତିବୋଲି ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କ୍ଷୋଭ ପ୍ରକାଶ କରିଛନ୍ତି ।
ତେବେ ଏବେର ସରକାର ଏହାକୁ ଗୁରୁତର ସହ ନେଇଛି ଏବଂ ତଦନ୍ତ ଆରମ୍ଭ କରିଛନ୍ତି । ଆମର ପୂର୍ଣ୍ଣ ଆଶା ଓ ଭରସା ଯେ ନାଇଡ଼ୁ କମିସନ ରିପୋର୍ଟ ମିଳିବ ଏବଂ ଦୋଷୀ ଦଣ୍ଡ ପାଇବେ ବୋଲି ଶ୍ରୀ ହରିଚନ୍ଦନ କହିଛନ୍ତି ।








