ଏମକେସିଜିରେ ପ୍ରଥମ ବର୍ଷ ଛାତ୍ର ନିଖୋଜ
ଘରୁ ଦୃଢ଼ ସଂକଳ୍ପ ନେଇ ବାହାରିଥିଲେ ପାଠ ପଢ଼ି ଡାକ୍ତର ହେବେ । ଏଥିପାଇଁ ଗଞ୍ଜାମସ୍ଥିତ ଏମକେସିଜିରେ ବାପାମା’ ପୁଅର ନାମ ମଧ୍ୟ ଲେଖାଇଥିଲେ । ହେଲେ ଏବେ ଖୋଜିଲାବେଳକୁ ଏମକେସିଜିରେ ପୁଅ ମିଳୁନି ।
ଏଭଳି ଏକ ଅଭାବନୀୟ ଘଟଣାରେ ଘଟିଛି ଏମକେସିଜିରେ ।
ଏଠାରେ ପାଠ ପଢ଼ୁଥିବା ପ୍ରଥମ ବର୍ଷ ଡାକ୍ତରୀ ଛାତ୍ର ସାଗର ସାହୁ ନିଖୋଜ ହୋଇଯାଇଛନ୍ତି ।
ସେ ଗତ ଅଗଷ୍ଟ ୩୧ ତାରିଖରୁ ନିଖୋଜ ରହିଛନ୍ତି । ତେବେ ରେଲୱେ ଷ୍ଟେସନ ପାଖରୁ ମିଳିଛି ସାଗରଙ୍କ ମୋବାଇଲ ଫୋନ ।
ଏନେଇ ଏମକେସିଜି ୨୦୨୫-୨୬ ଛାତ୍ର ସଂଗଠନ ପକ୍ଷରୁ ସୂଚନା ମିଳିଛି । ଖବର ପାଇ ଏନେଇ ପୁଲିସକୁ ଖୋଜ ସାଗରଙ୍କ ପରିବାର ଲୋକେ ଅବଗତ କରାଇଛନ୍ତି ବୋଲି ବ୍ରହ୍ମପୁର ଏସପି ଡ. ସର୍ବଣା ବିବେକ ଏମ କହିଛନ୍ତି ।








