କଟକରେ ବୁଲିଲା ଖଣ୍ଡା, ୩ ଗୁରୁତର
ଏବେ ଦିନକୁ ଦିନ ରାଜ୍ୟ ତଥା ଜିଲାରେ ଅପରାଧ ଘଟଣାମାନ କ୍ରମାଗତ ଭାବେ ଘଟିବାରେ ଲାଗିଛି ।
ଯାହାକି ଗଣମାଧ୍ୟମର ଦୈନନ୍ଦିନ ଶିରୋନାମା ପାଲଟିଛି ।
କିଛି ଦିନ ତଳେ ବାଲିଅନ୍ତା ଓ ବାଲିପାଟଣାରେ ଜଣେ ଯୁବକଙ୍କ ଭିଡ଼ ହିଂସାରେ ପ୍ରାଣ ହରାଇିବାକୁ ପଡ଼ିଥିଲା ।
ଏହା ଲୋକଙ୍କ ମନରୁ ନ ଲିଭୁଣୁ ମଙ୍ଗଳବାର ହଜାରେ ବର୍ଷର ସହର କଟକରେ ବୁଲିଛି ଖଣ୍ଡା ।
ବାରଙ୍ଗ ସାନ ମୁଣ୍ଡଳୀ ଗାଁର ଜଣେ ଯୁବକଙ୍କୁ ୬ ଜଣ ଦୁର୍ବୃତ ସଂଘବଦ୍ଧ ଭାବେ ମରଣାନ୍ତକ ଆକ୍ରମଣ କରିଛନ୍ତି ।
ଉକ୍ତ ଯୁବକଙ୍କୁ ବଂଚାଇବାକୁ ଯାଇ ଆଉ ୨ ଜଣ ଗୁରୁତର ହୋଇଛନ୍ତି ।
ଆକ୍ରମଣରେ ମୋଟ ୩ ଜଣ ଗୁରୁତର ହୋଇଛନ୍ତି ।
ସମସ୍ତ ଗୁରୁତରଙ୍କୁ କଟକ ବଡ଼ ମେଡିକାଲରେ ଚିକିତ୍ସା ପାଇଁ ଭର୍ତି କରାଯାଇଛି ।
ଖବରପାଇ ବାରଙ୍ଗ ଥାନା ପୁଲିସ ଘଟଣାସ୍ଥଳରେ ପହଂଚି ଗୁରୁତରଙ୍କୁ କଟକ ଏସସିବିକୁ ପଠାଇ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି ।