ଆସାମରେ ହିମନ୍ତଙ୍କ ଦ୍ୱିତୀୟ ଇନିଂସ
ମଂଚରେ ଆଲିଙ୍ଗନ କଲେ ମୋଦି
ମଙ୍ଗଳବାର ମଇ ୧୨ ତାରିଖରେ ଆସାମରେ ହିମନ୍ତ ବିଶ୍ୱଶର୍ମାଙ୍କ ଦ୍ୱିତୀୟ ଇନିଂସ ଆରମ୍ଭ ହୋଇଛି ।
ଆଜି ଦ୍ୱିତୀୟ ଥର ପାଇଁ ଆସାମର ମୁଖ୍ୟମନ୍ତ୍ରୀ ଭାବେ ହିମନ୍ତ ବିଶ୍ୱଶର୍ମା ୪ ଜଣ କ୍ୟାବିନେଟ ପାହ୍ୟା ମନ୍ତ୍ରୀଙ୍କ ସହ ଶପଥ ଗ୍ରହଣ କରିଛନ୍ତି । ଅତୁଲ ବୋରା, ଅଜନ୍ତା ନେଓଗ, ରାମେଶ୍ୱର ତେଲି ମନ୍ତ୍ରୀଙ୍କ ସହ ହିମନ୍ତ ଶପଥ ଗ୍ରହଣ କରିଛନ୍ତି ।
ଖାନାପଡ଼ା ଭେଟେନାରୀ କଲେଜ ଗ୍ରାଉଣ୍ଡରେ ଅନୁଷ୍ଠିତ ଏହି ଶପଥ ଗ୍ରହଣ ସମାରୋହରେ ହିମନ୍ତଙ୍କୁ ରାଜ୍ୟପାଳ ଲକ୍ଷ୍ମଣ ପ୍ରସାଦ ଆଚାର୍ଯ୍ୟ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ ।
ଏହି ଶପଥ ସମାରୋହ ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉପସ୍ଥିତ ରହି ହିମନ୍ତଙ୍କୁ ଆଲିଙ୍ଗନ କରିବା ସହ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।
ଫଳରେ ଆସାମରେ ଲଗାତାର ୩ୟ ଥର ପାଇଁ ବିଜେପି ନେତୃତ୍ୱାଧୀନ ଏନଡିଏ ସରକାର କ୍ଷମତାସୀନ ହୋଇପାରିଛି ।
ସୂଚନାଥାଉ କି, ଚଳିତ ବିଧାନସଭା ନିର୍ବାଚନରେ ଆସାମରେ ବିଜେପି ଅଦ୍ଭୂତପୂର୍ବ ବିଜୟ ହାସଲ କରିଥିଲା ।
୧୨୬ ଆସନ ବିଶିଷ୍ଟ ଆସାମ ବିଧାନସଭାରେ ହିମନ୍ତ ବିଶ୍ୱଶର୍ମାଙ୍କ ନେତୃତ୍ୱାଧୀନ ବିଜେପି ଦଳ ଏକକ ଦଳ ଭାବେ ୮୨ଟି ଆସନରେ ବିଜୟୀ ହୋଇ ସରକାର ଗଢ଼ିବାକୁ ହକଦାର ହୋଇଛି ।