ପୁଣି ବଢ଼ିପାରେ ତାପମାତ୍ରା
ବୌଦ୍ଧ ଏବଂ ଖୋର୍ଦ୍ଦାକୁ ଛାଡ଼ିଦେଲେ ବାକି ସମସ୍ତ ଜିଲାରେ କାଳବୈଶାଖୀ ପ୍ରଭାବରେ ସର୍ବାଧିକ ତାପମାତ୍ରା ୪୦ଡିଗ୍ରୀ ତଳେ ରହିଛି ।
ରବିବାର ବୌଦ୍ଧରେ ଦିନ ତାପମାତ୍ରା ସବୁଠୁ ଅଧିକ ୪୧ ଡିଗ୍ରୀ ଥିବାବେଳେ ଖୋର୍ଦ୍ଧାରେ ୪୦ଡିଗ୍ରୀ ରହିଥିଲା । ଭୁବନେଶ୍ୱରରେ ୩୭.୪ ଏବଂ କଟକରେ ୩୫.୨ଡିଗ୍ରୀ ରେକର୍ଡ ହୋଇଥିଲା । ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ ଆଗକୁ ପୁଣି ସର୍ବାଧିକ ତାପମାତ୍ରା ବୃଦ୍ଧି ପାଇବାର ସମ୍ଭାବନା ରହିଛି ।
ଆଗାମୀ ୪ରୁ ୫ଦିନରେ ପାରଦ ୨ରୁ ୩ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବାର ସମ୍ଭାବନା ଦେଖାଦେଇଛି । ଆସନ୍ତା ୨୪ଘଂଟା ମଧ୍ୟରେ ଗଜପତି, ଗଞ୍ଜାମ, କେନ୍ଦୁଝର, ମୟୂରଭଞ୍ଜ, କନ୍ଧମାଳ, ସୁନ୍ଦରଗଡ଼, ଅନୁଗୋଳ, ଢେଙ୍କାନାଳ, ବୌଦ୍ଧ, ନୟାଗଡ଼, ବାଲେଶ୍ୱର, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେବଗଡ଼, ସୁବର୍ଣ୍ଣପୁର, ନୂଆପଡ଼ା, ବଲାଙ୍ଗିର, କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ, ମାଲକାନଗିରି, ରାୟଗଡ଼ା, ଯାଜପୁର, କଟକ, ପୁରୀ ଏବଂ ଖୋର୍ଦ୍ଧା ଜିଲାକୁ କାଳବୈଶାଖୀ ସମ୍ଭାବନା ରହିଛି ।