ମିଆଁମାରରେ ବିସ୍ଫୋରଣ, ୫୫ ମୃତ
ଉତର-ପୂର୍ବ ମିଆଁମାରର ଏକ ଅଟ୍ଟାଳିକାରେ ଭୟଙ୍କର ବିସ୍ଫୋରଣ ଘଟି ୫୫ଜଣଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି ।
ଆହତଙ୍କ ସଂଖ୍ୟା ୧୦୦ରୁ ଅଧିକ ଥିବା କୁହାଯାଇଛି । ରିପୋର୍ଟ ଅନୁସାରେ ଶାନ ପ୍ରଦେଶ ଅନ୍ତର୍ଗତ ନାମହକାମ ସହରର କାଉଙ୍ଗଟୁପ ଗାଁରେ ରବିବାର ଏହି ବିସ୍ଫୋରଣ ଘଟିଥିଲା ।
ଖଣି ଖନନ କାମ ବ୍ୟବହାର ହେଉଥିବା ବିସ୍ଫୋରକ ସାମଗ୍ରୀ ଏକ ଘରେ ମହଜୁଦ କରାଯାଇଥିବାବେଳେ ଉକ୍ତ ଘରେ ବିସ୍ଫୋରଣ ହୋଇଛି । ବିସ୍ଫୋରଣ ଏତେଟା ଶକ୍ତିଶାଳୀ ଥିଲା ଯେ ଆଖପାଖ ଅଂଚଳରେ ଥିବା ପ୍ରାୟ ୧୦୦ଟି ଘର ନଷ୍ଟ ହୋଇଯାଇଛି । ତେଣୁ ଏହି ସମସ୍ତ ଘରେ ଥିବା ଲୋକଙ୍କ ମୃତ୍ୟୁ ହୋଇଛି ।
ଅନେକ ଆହତଙ୍କ ଅବସ୍ଥା ଗୁରୁତର ଥିବାରୁ ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି ।