ଭୁବନେଶ୍ୱରରୁ ଆତଙ୍କୀ ଲିଙ୍କ !
ସନ୍ଦିଗ୍ଧ ଯୁବକଙ୍କୁ ଉଠାଇ ନେଲା ଦିଲ୍ଲୀ ପୁଲିସ
ରାଜ୍ୟରେ ପୁଣି ଥରେ ଦେଖାଦେଇଛି ଆତଙ୍କୀ ଲିଙ୍କ । ଏନେଇ ଆଜି ଭୁବନେଶ୍ୱରରୁ ଜଣେ ଯୁବକଙ୍କୁ ଉଠାଇ ନେଇଛି ଦିଲ୍ଲୀ ପୁଲିସର ସ୍ୱତନ୍ତ୍ର ଟିମ । ଯୁବକ ଜଣକ ହେଉଛନ୍ତି ସେଖ୍ ଇମ୍ରାନ । ଇମ୍ରାନ ସମ୍ପର୍କରେ କିଛି ତଥ୍ୟ ପାଇଥିଲା ଦିଲ୍ଲୀ ପୁଲିସ ।
ସୋସିଆଲ ମିଡିଆରେ ଦେଶ ବିରୋଧୀ ପୋଷ୍ଟ କରିବା ସହ ଆତଙ୍କବାଦୀ ସଂଗଠନ ସହ ଲିଙ୍କ ରହିଥିବା ଦର୍ଶାଇ ଭୁବନେଶ୍ୱର କ୍ୟାପିଟାଲ ଥାନା ଅଂଚଳରୁ ଇମ୍ରାନକୁ ଗିରଫ କରିଛି ଦିଲ୍ଲୀ ପୁଲିସ ।
ପାକିସ୍ତାନ ସହିତ ଇମ୍ରାନର ଲିଙ୍କ ଥିବା କହିଛି ପୁଲିିସ ।
ଇମ୍ରାନ ସୋସିଆଲ ମିଡିଆରେ ଦେଶ ବିରୋଧରେ ପ୍ରଚାର କରୁଥିବା ଅଭିଯୋଗ ହେବା ପରେ ପୁଲିସ ଏହାର ତଦନ୍ତ ଆରମ୍ଭ କରିଥିଲା ।
ତେବେ ଇମ୍ରାନର ସୋସିଆଲ ଆକାଉଂଟରେ ହୋଇଥିବା ପୋଷ୍ଟରୁ ଦେଶ ବିରୋଧୀ ଓ ଆତଙ୍କୀ ସଂଗଠନ ସହ ଲିଙ୍କ ଥିବା ସନେ୍ଦହରେ ଆଜି ଦିଲ୍ଲୀ ପୁଲିସର ଏକ ସ୍ୱତନ୍ତ୍ର ଟିମ ଭୁବନେଶ୍ୱରରେ ପହଂଚି ଭୁବନେଶ୍ୱର ପୁଲିସ ସହାୟତାରେ କ୍ୟାପିଟାଲ ଥାନା ଅଂଚଳରୁ ଶେଖ ଇମ୍ରାନକୁ ଅଧିକ ଜେରା ପାଇଁ ଉଠାଇ ନେଇଛି ।
ଅନ୍ୟପଟେ ମୋ ପୁଅ ନିର୍ଦୋଷ , ସେ କିଛି କରି ନାହିଁ ବୋଲି କହିଛନ୍ତି ଇମ୍ରାନର ପିତା ।
ସେ ନିର୍ଦୋଷ, ତାକୁ ମୋବାଇଲ ବରବାଦ କରିଦେଇଛି ବୋଲି କହିଛନ୍ତି ଇମ୍ରାନର ପିତା ।
ତେବେ ପଚରା ଉଚୁରା ପାଇଁ ନେଉଛୁ, ପଚରା ଉଚୁରା ପରେ ପଠାଇ ଦେବୁ ବୋଲି ଦିଲ୍ଲୀ ପୁଲିସ ପୁଅକୁ ନେଇଯାଇଥିବା ଇମ୍ରାନର ପିତାଙ୍କୁ ପୁଲିସ କହିଥିବା ଜଣାପଡ଼ିଛି ।