ସୁରଟରେ ରବରମ୍ୟାନର ଆତଙ୍କ
୫ ମିନିଟରେ ୭ ଇଂଚ ଫାଙ୍କରେ ହାତସଫେଇ
ସୁରଟରେ ଏବେ ରବରମ୍ୟାନର ଆତଙ୍କ ଦେଖାଯାଇଛି । ଏହି ରବରମ୍ୟାନ ଏତେ କୁଶଳୀ ଯେ ସେ ସଟରର ମାତ୍ର ୭ ଇଂଚ ଫାଙ୍କ ଭିତରେ ପଶି ଦୋକାନରୁ ଚୋରି କରି ନେଉଛି । ଏଭଳି ଏକ ଦୃଶ୍ୟ ସୁରଟସ୍ଥିତ ଏକ ଦୋକାନରେ ଚୋରି ସମୟରେ ସେଠାରେ ଲାଗିଥିବା ସିସିଟିଭି ଫୁଟେଜ କଏଦ କରିନେଇଛି ।
ଚୋର ଜଣକ ସଟର ଟେକି ମାତ୍ର ୭ ଇଂଚର ଫାଙ୍କ ଦେଇ ଦୋକାନ ଭିତରେ ପଶି ସେଠାରେ ଥିବା କ୍ୟାସବକ୍ସରୁ ୨୦ ହଜାର ଟଙ୍କା ଚୋରି କରିଥିବା ଦେଖାଯାଉଛି । ମାତ୍ର ୫ ମିନିଟରେ ଏହି ଚୋର ଏଭଳି କାଣ୍ଡ ଘଟାଇଥିବାବେଳେ ପୁଲିସ ପାଇଁ ଏହା ଏବେ ମୁଣ୍ଡବ୍ୟଥାର କାରଣ ପାଲଟିଛି ।
କାରଣ ଏହି ଚୋର ଜଣେ ମାମୁଲି ଚୋର ନୁହେଁ ଏହାକୁ ପୁଲିସ ରବରମ୍ୟାନ କହୁଛି ।
ଏହି ରବରମ୍ୟାନ ଚୋରର ଶରୀର ଏତେ ନମନୀୟ ଯେ ସେ କେବଳ ସଟର ଟେକି ମାତ୍ର ୭ ଇଂଚର ଫାଙ୍କ ଦେଇ ଆଖି ପିଛୁଳାକେ ଚୋରି କରିନେଉ ଯାଉଛି ।
ପୁଲିସ ଏନେଇ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି ।