ଆମେରିକୀୟ ବିମାନ ନିଖୋଜ
ହର୍ମୁଜ ଷ୍ଟ୍ରେଟ୍ରୁ କେସି-୧୩୫ ଆର ଲାପତା
ଷ୍ଟ୍ରେଟ ଅଫ୍ ହର୍ମୁଜ ଉପରୁ ଆମେରିକୀୟ ବିମାନ ନିଖୋଜ ହୋଇଯାଇଛି । ଫ୍ଲାଇଂ ଗ୍ୟାସ ଷ୍ଟେସନ ଭାବେ ପରିଚିତ କେସି-୧୩୫ଆର ବିମାନ ନିଖୋଜ ହୋଇଯାଇଛି । କାତାର ନିକଟସ୍ଥ ଏକ ରାଡାରରେ ଏହି ବିମାନ ଶେଷ ଥର ପାଇଁ ଦେଖା ଦେଇଥିଲା । ନିଖୋଜ ହେବା ପୂର୍ବରୁ ଏହି ବିମାନ ଟି ୭୭୦୦ କୋଡରେ ଏମର୍ଜେନ୍ସି ସିଗନାଲ ଦେଇଥିଲା ।
ଏକ ମିଲିଟାରୀ ବେସ ଆଡକୁ ଯାଉଥିବା ସମୟରେ ନିଖୋଜ ହୋଇଥିବା ସୂଚନା ମିଳୁଛି ।
ହଠାତ ବିମାନଟିର ଟ୍ରାନ୍ସପୋଣ୍ଡର ବନ୍ଦ ହୋଇଯାଇଥିଲା ।
ନିଖୋଜ ବିମାନକୁ ଖୋଜି ଠାବ କରିବା ପାଇଁ ଆମେରିକୀୟ ବାୟୁସେନାର ୨ଟି ହେଲିକପ୍ଟର ଏବେ ଉଦ୍ୟମ ଜାରି ରଖିଛନ୍ତି ।
ତେବେ ବିମାନଟି ଆକାଶମାର୍ଗରେ କ୍ରାସ ହୋଇଯାଇଥିବା ସନେ୍ଦହ କରାଯାଉଛି ।