ଝାଲମୁଢ଼ି ବାଂଟି ଉତ୍ସବ ମନାଇଲା ବିଜେପି
ପଶ୍ଚିମବଙ୍ଗ, ଆସାମ, ତାମିଲନାଡ଼ୁ, କେରଳ ଏବଂ ପୁଡ଼ୁଚେରୀରେ ବିଧାନସଭା ନିର୍ବାଚନ ପାଇଁ ଭୋଟ ଗଣତି ଚାଲିଛି ।
ବିଜେପିର ନେତୃତ୍ୱରେ ପଶ୍ଚିମବଙ୍ଗରେ ଉତ୍ସବ ଆରମ୍ଭ ହୋଇଛି । କଲକାତାର ବିଜେପି କାର୍ଯ୍ୟାଳୟରେ ଦଳୀୟ କର୍ମୀମାନେ ‘ଝାଲମୁଢ଼ି’ ବଂଟନ କରି ଉତ୍ସବ ପାଳନ କରିଥିଲେ ।
ଟ୍ରେଣ୍ଡ ଅନୁଯାୟୀ ବିଜେପି ବହୁମତ ସଂଖ୍ୟା ଅତିକ୍ରମ କରିଛି । ପ୍ରଥମ ଥର ପାଇଁ ପଶ୍ଚିମବଙ୍ଗରେ ବିଜେପି ସରକାର ଗଠନ କରିବାକୁ ଯାଉଛି ।
ଏହି ଉପଲକ୍ଷେ ବିଜେପି କାର୍ଯ୍ୟାଳୟରେ ଏକ ଉତ୍ସବମୁଖୀ ପରିବେଶ ସୃଷ୍ଟି ହୋଇଛି । ପ୍ରଚାର ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏପ୍ରିଲ ୧୯ ତାରିଖରେ ଝାଡ଼ଗ୍ରାମ ଗସ୍ତ କରିଥିଲେ । ସେଠାରେ ସେ ଏକ ସ୍ଥାନୀୟ ଝାଲମୁଢ଼ି ଦୋକାନରେ ଅଟକି ଝାଲମୁଢ଼ିର ସ୍ୱାଦ ନେବା ପାଇଁ ୧୦ଟଙ୍କା ମୂଲ୍ୟରେ ଝାଲମୁଢ଼ି କିଣିଥିଲେ ।
ଏହି ଆଲୋଚନା ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଦୋକାନୀ ବିକ୍ରମ ସାଓଙ୍କ ମଧ୍ୟରେ ହୋଇଥିବା ଏକ ବିଶେଷ ମୁହୂର୍ତର ଏକ ଝଲକ ପ୍ରଦାନ କରିଥିଲା । ସେହି ଆସନ ନୁହେଁ, ଝାଡ଼ଗ୍ରାମର ଚାରିଟି ଆସନରେ ବିଜେପି ଆଗୁଆ ରହିଛି । ଯାହାକୁ ନେଇ ବିଜେପି ସମର୍ଥକ ଓ କର୍ମୀମାନେ ଉତ୍ସବ ପାଳନ ଆରମ୍ଭ କରିଥିବା ଦେଖାଯାଇଛି ।
ସେହିପରି ଆସାମରେ ବିଜେପି ବହୁମତ ସଂଖ୍ୟା ଅତିକ୍ରମ କରିଛି ।