ତୃଣମୂଳ ସ୍ତରରେ କାମ କରିବୁ : ସାୟନୀ
ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ଭାରତୀୟ ଜନତା ପାର୍ଟି (ବିଜେପି) ବଡ଼ ବ୍ୟବଧାନରେ ବିଜୟୀ ହେବାକୁ ଯାଉଛି ।
ସନ୍ଧ୍ୟା ପର୍ଯ୍ୟନ୍ତ ରିପୋର୍ଟ ଅନୁସାରେ ବିଜେପି ୨୦୦ଟି ଆସନରେ ଆଗୁଆ ଥିବାବେଳେ ଟିଏମସି ପାଖାପାଖି ୮୭ଟି ଆସନରେ ଆଗୁଆ ଥିବା ଜଣାପଡ଼ିଛି ।
ଏହାରି ମଧ୍ୟରେ ତୃଣମୂଳ ସାଂସଦ ସାୟନୀ ଘୋଷ ସାମାଜିକ ଗଣମାଧ୍ୟମରେ ନିଜ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ ଆମ୍ଭେ ତୃଣମୂଳ ସ୍ତରରେ ଅଛୁ ଏବଂ ଲୋକଙ୍କ ସହିତ କାର୍ଯ୍ୟ କରିବୁ ।
ନିର୍ବାଚନ ଆୟୋଗଙ୍କ ଅନ୍ତିମ ଘୋଷଣାକୁ ଅପେକ୍ଷା କରୁଛୁ ।
ପଶ୍ଚିମବଙ୍ଗରେ ନିର୍ବାଚନରେ ତୃଣମୂଳ ନେତ୍ରୀ ସାୟନୀ ଘୋଷ ଦଳ ପାଇଁ ଜୋରଦାର ପ୍ରଚାର କରୁଥିଲେ । କହିବାକୁ ଗଲେ ମମତା ବାନାର୍ଜୀଙ୍କ ପରେ ନେତ୍ରୀ ସାୟନୀ ଘୋଷ ଦଳ ପାଇଁ ଦ୍ୱିତୀୟ ନେତ୍ରୀ ଭାବେ ପରିଚିତ ।
ସାଧାରଣତଃ ଦେଖାଯାଉଥିଲା ଯେ ମମତାଙ୍କ ଭଳି ସାୟନୀ ମଧ୍ୟ ସିଧାସଳଖ ପ୍ରଧାନମନ୍ତ୍ରୀ, କେନ୍ଦ ମନ୍ତ୍ରୀଙ୍କୁ ଟାର୍ଗେଟ କରୁଥିଲେ ।
ସେ ଆହୁରି କହିଛନ୍ତି ଯେ ବିଜେପି ଶାସନ କ୍ଷମତାକୁ ଆସୁଥିଲେ ସୁଦ୍ଧା ତୃଣମୂଳ କଂଗ୍ରେସ ତାର ରାସ୍ତାରୁ ହଟିବ ନାହିଁ । ସେ ଦଳ ଓ ସାଧାରଣ ଜନତାଙ୍କ ପାଇଁ କାର୍ଯ୍ୟ କରି ଚାଲିବ ।