ଜରୁରୀ ବୈଠକ ଡାକିଲେ ମୁଖ୍ୟମନ୍ତ୍ରୀ
ମଧ୍ୟପ୍ରାଚ୍ୟ ଯୁଦ୍ଧ କ୍ରମଶଃ ଆତଙ୍କମୟ ପରିବେଶ ସୃଷ୍ଟି କରିବାକୁ ବସିଛି ।
ତେଣୁ ରାଜ୍ୟବାସୀଙ୍କ ସ୍ୱାର୍ଥକୁ ଗୁରୁତ୍ୱ ଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଏକ ଜରୁରୀ ବୈଠକ ଡାକିଛନ୍ତି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତେ;ା
ସନ୍ଧ୍ୟାରେ ଲୋକସେବା ଭବନରେ ଏକ ବୈଠକର ଆୟୋଜନ ହୋଇଛି । ବୈଠକରେ ରାଜ୍ୟର ସମସ୍ତ ଜିଲାପାଳ ଉପସ୍ଥିତ ରହିବାକୁ ନିର୍ଦେଶ ହୋଇଛି ।
ରାଜ୍ୟରେ ସଂପ୍ରତି ରନ୍ଧନ ଗ୍ୟାସ ସଂକଟ ସୃଷ୍ଟି ହୋଇଛି । ତେଣୁ ଏହାର ମୁକାବିଲା ଯେପରି ଯଥାସାଧ୍ୟ କରିହେବ ସେଥିପାଇଁ ଏହି ବୈଠକରେ ଆଲୋଚନା କରାଯିବାର ବୋଲି ଜଣାପଡ଼ିଛି ।
ଏହି ଯୁଦ୍ଧ ଯୋଗୁଁ ଦେଶରେ ଶକ୍ତି ସଂକଟ ସୃଷ୍ଟି ହୋଇଥିବାବେଳେ ଗ୍ୟାସ, ପେଟ୍ରୋଲ, ଡିଜେଲ ଆଦି ଯୋଗାଣରେ ବାଧାପ୍ରାପ୍ତ ହୋଇଛି ।
ଯାହାର ମୁକାବିଲା ପାଇଁ କେନ୍ଦ୍ର ସରକାର ରାଜ୍ୟଗୁଡ଼ିକୁ ସତର୍କ କରିଛନ୍ତି । ଟିମ୍ ଇଣ୍ଡିଆ ହୋଇ କାମ କରିବାକୁ ପ୍ରଧାନମନ୍ତ୍ରୀ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ଆହ୍ୱାନ ଦେଇଛନ୍ତିି ।
ବେଠକରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଯୋଗ ଦେଇ ରାଜ୍ୟର ପ୍ରସ୍ତୁତି ସମ୍ବନ୍ଧରେ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରିଥିଲେ । ତାପରେ ଦୁଇ ଦିନିଆ ଦିଲ୍ଲୀ ଗସ୍ତରେ ଯାଇ ରାଜ୍ୟକୁ ନେଇଥିବା ବିଭିନ୍ନ ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କ ବିଭିନ୍ନ ମନ୍ତ୍ରଣାଳୟ ସହ ଯୋଗାଯୋଗ କରି ରାଜ୍ୟକୁ ଫେରିଥିଲେ ।
ତେବେ ରାଜ୍ୟବାସୀ ଯେପରି ଏହି ଯୁଦ୍ଧ ଯୋଗୁଁ ଗ୍ୟାସ୍ ଯୋଗାଣ କ୍ଷେତ୍ରରେ ପ୍ରଭାବିତ ନ ହୁଅନ୍ତି ସେଥିପାଇଁ ପ୍ରସ୍ତୁତି ଚାଲିଛି ବୋଲି ଜଣାପଡ଼ିଛି ।