ଆସାମ ବିଧାନସଭାରେ ‘ନାଗରିକ ସଂହିତା ବିଲ’ ପାରିତ
ଆସାମ ବିଧାନସଭାରେ ଐତିହାସିକ ସମାନ ନାଗରିକ ସଂହିତା ବିଲା ପାରି ହୋଇଛି ।
ଏହି ବିଲ ଉତରାଖଣ୍ଡ ଏବଂ ଗୁଜୁରାଟ ପରେ ଆସାମ ଦେଶର ତୃତୀୟ ରାଜ୍ୟ ଭାବେ ଆଇନକୁ ମଞ୍ଜୁରି ଦେଇଛି ।
ବିରୋଧୀ ଦଳଗୁଡ଼ିକ ଗୃହରେ ପ୍ରବଳ ହଟ୍ଟଗୋଳ ସତ୍ୱେ ସରକାର ଏହି ବିଲକୁ ସଫଳତାର ସହ ପାସ କରାଇଛନ୍ତି । ଆସାମ ୟୁସିସି ବିଲରେ ବହୁବିବାହକୁ ସମ୍ପୂର୍ଣ୍ଣ ନିଷେଧ କରାଯାଇଛି ।
‘ଲିଭ-ଇନ ରିଲେସନସିପ’ର ପଞ୍ଜିକରଣକୁ ବାଧ୍ୟତାମୂଳକ କରାଯାଇଛି । ବିବାହ ପାଇଁ ପୁରୁଷଙ୍କ ସର୍ବନିମ୍ନ ବୟସ ୨୧ ବର୍ଷ ଏବଂ ମହିଳାଙ୍କ ପାଇଁ ୧୮ବର୍ଷ ଧାର୍ଯ୍ୟ ହୋଇଛି । ତେବେ ଆସାମର ସାଂସ୍କୃତିକ ବିବିଧତାକୁ ରକ୍ଷା କରିବା ପାଇଁ ଏହି ଆଇନ ରାଜ୍ୟରେ ରହୁଥିବା ଅନୁସୂଚିତ ଜନଜାତିଙ୍କ କ୍ଷେତ୍ରରେ ଲାଗ କରାଯିବ ନାହିଁ । ତେବେ ଅନ୍ୟ ସମସ୍ତେ ନିଜ ନିଜ ଧାର୍ମିକ ରୀତିନୀତି ଅନୁସାରେ ବିବାହ କରିପାରିବେ ।
ପଞ୍ଜୀକରଣ ବାଧ୍ୟତାମୂଳକ । ଏହି ଆଇନ ଅମାନ୍ୟ କଲେ କଠୋର ଦଣ୍ଡ ପ୍ରଦାନର ବ୍ୟବସ୍ଥା ରହିଛି ।
ଗୋଟିଏ ସ୍ତ୍ରୀ/ସ୍ୱାମୀ ଥାଉ ଥାଉ ଦ୍ୱିତୀୟ ବିବାହ କଲେ ୭ବର୍ଷ ଜେଲ ହେବ ।
ସେହିପରି ଲିଭ-ଇନ ରିଲେସନସିପକୁ ମାସକ ଭିତରେ ପଞ୍ଜିକୃତ ନ କଲେ ୩ମାସ ଜେଲ କିମ୍ବା ୧୦ହଜାର ଟଙ୍କା ଜୋରିମାନା ଅଥବା ଦଣ୍ଡ ମିଳିବ । ନୂଆ ଉତରାଧୀକାର ଆଇନ ଅନୁଯାୟୀ ମୃତ ବ୍ୟକ୍ତିଙ୍କ ସମ୍ପତି ଉପରେ ସ୍ତ୍ରୀ, ପିଲା ଏବଂ ପିତାମାତାଙ୍କର ସମାନ ଅଧିକାର ରହିବ ।