ଫୁଟବଲ ତାରକା ମେସି ଆହତ
ଫିପା ବିଶ୍ୱକପ-୨୦୨୬ ଆସନ୍ତା ଜୁନ ୧୧ରୁ ୧୯ ପର୍ଯ୍ୟନ୍ତ ଆମେରିକା, କାନାଡ଼ା ଓ ମେକ୍ସିକୋରେ ଅନୁଷ୍ଠିତ ହେବ ।
ଏହି ବିଶ୍ୱକପରେ ଆର୍ଜେଂଟିନାର ତାରକା ଫରୱାର୍ଡ ଲିଓନେଲ ମେସି ଖେଳିବା ନେଇ ଆଶଙ୍କା ସୃଷ୍ଟି ହୋଇଛି । କାରଣ ମେସି ଆହତ ହୋଇପଡ଼ିବାରୁ ତାଙ୍କ ଖେଳିବା ନେଇ ଚିନ୍ତା ବଢ଼ିଛି । ରବିବାର ମାୟାମିଠାରେ ଅନୁଷ୍ଠିତ ଇଂଟର ମାୟାମି ଇଂଟର ମାୟାମି-ଫିଲାଡେଲଫିଆ ୟୁନିୟନ ମ୍ୟାଚରେ ସେ ଆହତ ଜନିତ କାରଣରୁ ଅଧାରୁ ପଡ଼ିଆ ଛାଡ଼ିଥିଲେ ।
ସେ ବାମ ଗୋଡ଼ରେ ଯନ୍ତ୍ରଣା ଅନୁଭବ କରିଥିଲେ । ମେସିଙ୍କ ଆହତ ଏବେ କେବଳ ଆର୍ଜେଂଟିନା ନୁହେଁ ସମଗ୍ର ବିଶ୍ୱର ଫୁଟବଲପ୍ରେମୀଙ୍କୁ ବ୍ୟଥିତ କରିଛି । ସୋମବାର ୩୮ବର୍ଷୀୟ ମେସିଙ୍କ ବାମ ଜଂଘ ମାଂସପେଶୀରେ ସ୍କାନିଂ କରାଯାଇଥିଲା । ସେ ଆହତ ଥିବା ଜଣାପଡ଼ିଛି ।
ଡାକ୍ତରୀ ଦଳ ଏବେ ମେସିଙ୍କୁ ବିଶ୍ରାମ ପାଇଁ ପରାମର୍ଶ ଦେଇଛନ୍ତି । ବିଶ୍ୱକପ ଆଉ ୧୫ଦିନ ବାକି ରହିଥିବାବେଳେ ମେସିଙ୍କ ସୁସ୍ଥତା ନେଇ ଚିନ୍ତା ବଢ଼ିଛି । ବିଶ୍ୱକପରେ ଆର୍ଜେଂଟିନା ଗ୍ରୁପ-ଜେରେ ଆଲଗେରିଆ, ଅଷ୍ଟ୍ରିଆ ଓ ଜୋର୍ଡାନ ସହ ସ୍ଥାନ ପାଇଛି । ଦଳ ଜୁନ ୧୬ରେ ଆଲଗେରିଆ ସହ ଖେଳି ଅଭିଯାନ ଶେଷ କରିବ ।
ମେସି ୨୦୦୬, ୨୦୨୦, ୨୦୧୪, ୨୦୧୮ ଓ ୨୦୨୨ ଫିଫା ବିଶ୍ୱକପ ଖେଳିଛନ୍ତି । ମେସିଙ୍କ ନେତୃତ୍ୱରେ ଆର୍ଜେଂଟିନା ୨୦୨୨ କାତାର ବିଶ୍ୱକପରେ ଚମ୍ପିଆନ ହୋଇଥିଲା ଓ ଗୋଲଡେନ ବଲ ପୁରସ୍କାର ସ୍ୱରୂପ ପାଇଥିଲେ ।
ଏଭଳି କ୍ଷେତ୍ରରେ ଆଗକୁ ବିଶ୍ୱକପ ରହିଥିବା କାରଣରୁ ମେସିଙ୍କୁ ନେଇ ବିଶ୍ୱର ସମଗ୍ର ଫୁଟବଲ ପ୍ରେମୀ ଚିନ୍ତାରେ ପଡ଼ିଥିବା ପରିଲକ୍ଷିତ ହୋଇଛି ।