ଆଶ୍ରମ ସ୍କୁଲ ଛାତ୍ରୀ ମୃତ୍ୟୁ ଘଟଣାର ହେବ ଆରଡିସି ତଦନ୍ତ
ନିକଟତମ ଆତ୍ମୀୟସ୍ୱଜନଙ୍କୁ ୩ ଲକ୍ଷ ଅନୁକମ୍ପା ରାଶି : ମୁଖ୍ୟମନ୍ତ୍ରୀ
ମୟୁରଭଞ୍ଜ ରାସଗୋବିନ୍ଦପୁର ଆଶ୍ରମ ସ୍କୁଲ ଛାତ୍ରୀ ମୃତ୍ୟୁ ଘଟଣାର ଆରଡିସି ତଦନ୍ତ ହେବ ବୋଲି ବୁଧବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିର୍ଦେଶ ଦେଇଛନ୍ତି ।
ସବିଶେଷ ତଦନ୍ତ ରିପୋର୍ଟ ଦେବାକୁ ଉତରାଂଚଳ ଆରଡିସିଙ୍କୁ ନିର୍ଦେଶ ଦିଆଯାଇଛି ।
ଜନସ୍ୱାସ୍ଥ୍ୟ ନିର୍ଦେଶାଳୟ ପକ୍ଷୁ ଆଇଡିଏସପିର ଯୁଗ୍ମ ନିର୍ଦେଶକ ଓ ଜଣେ ଡାକ୍ତର ଏହାର ତଦନ୍ତ କରିବେ ।
ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଗଭୀର ଶୋକବ୍ୟକ୍ତ କରିବା ସହିତ ମୃତ ଛାତ୍ରୀଙ୍କ ନିକଟତମ ଆତ୍ମୀୟଙ୍କ ପାଇଁ ୩ ଲକ୍ଷ ଟଂକାର ଅନୁକମ୍ପା ସହାୟତା ରାଶି ଘୋଷଣା କରିଛନ୍ତି ।