ଦୁର୍ଦ୍ଦାନ୍ତ ଅପରାଧୀ ମନୀଷକୁ ଏନକାଉଂଟରଣ୍ଟ
ସମ୍ବଲପୁରର ବୁର୍ଲାରେ କମିଶନରେଟ ପୁଲିସ ଆଜି ଏକ ଏନକାଉଂଟର କରିଛି ।
ଅନେକ ଅପରାଧିକ ମାମଲାରେ ଜଡ଼ିତ ଥିବା ମନୀଷ ସାହୁକୁ ପୁଲିସ ଏନକାଉଂଟର କରିଛି ।
ପ୍ଲାନିଟୋରିୟମ ଛକରେ ଗାଡ଼ି ଚେକିଂବେଳେ ଏକ କାର ଖସି ପଳାଇଯିବାକୁ ଉଦ୍ୟମ କରିଥିଲା ।
ଖସିଯାଉଥିିବା ଏହି କାରକୁ ପୁଲିସ ଟିମ ପିଛା କରିଥିଲା ।
ଏହି ସମୟରେ କାର ଭିତରେ ଥିବା ମନୀଷ ପୁଲିସ ଟିମ ଉପରକୁ ୩ ରାଉଣ୍ଡ ଗୁଳି ଚଳାଇଥିଲା ।
ଏଣୁ ପୁଲିସ ମଧ୍ୟ ପ୍ରତଜବାବରେ ଗୁଳି ଚଳାଇଥିଲା ।
ତେବେ ପୁଲିସର ଏନକାଉଂଟରେ ଆହତ ଅବସ୍ଥାରେ ମନୀଷକୁ ହସ୍ପିଟାଲରେ ଭର୍ତି କରାଯାଇଛି ବୋଲି ସମ୍ବଲପୁର ଏସପି ମୁକେଶ ଭାମୁ ସୂଚନା ଦେଇଛନ୍ତି ।
ମନୀଷ ନାଁରେ ବିଭିନ୍ନ ଥାନାରେ ୧୪ରୁ ଅଧିକ ସଂଗୀନ ମାମଲା ରହିଛି ।
ତାକୁ ଗୁରୁତର ଅବସ୍ଥାରେ ବୁର୍ଲା ଡାକ୍ତରଖାନାରେ ଭର୍ତି କରାଯାଇଛି ।