ମଧ୍ୟପ୍ରଦେଶରେ ଚଳନ୍ତା ଟ୍ରେନରେ ନିଅାଁ
ରବିବାର ସକାଳୁ ରାଜଧାନୀ ଏକ୍ସପ୍ରେସରେ ଅଗ୍ନିକାଣ୍ଡ ଘଟିଥିବା ନେଇ ଖବର ମିଳିଛି ।
ଥିରୁଅନନ୍ତପୁରମ-ହଜରତ ନିଜାମୁଦ୍ଦିନ ରାଜଧାନୀ ଏକ୍ସପ୍ରେସରେ ଅଗ୍ନିକାଣ୍ଡ ଘଟିଛି ।
ମଧ୍ୟପ୍ରଦେଶର ରତଲାମ ଷ୍ଟେସନ ନିକଟରେ ଏହି ଚଳନ୍ତା ଟ୍ରେନରେ ଅଗ୍ନିକାଣ୍ଡ ଘଟିଥିଲା ।
ଭୋର ସମୟରେ ଏହାର ଏସି ବି-୧ କୋଚରେ ନିଅାଁ ଲାଗିଯାଇଥିଲା ।
ସେତେବେଳେ ଏହି କୋଚରେ ପ୍ରାୟ ୬୮ ଜଣ ଯାତ୍ରୀ ଥିବାବେଳେ ସମସ୍ତଙ୍କୁ ଅଗ୍ନିଶମ ବାହିନୀର ଆଗ୍ନିକ, ପୁଲିସଫୋର୍ସ ସୁରକ୍ଷିତ ଉଦ୍ଧାର କରିଛନ୍ତି ।