ଅମାନିଆ ଇସ୍କନ ପକ୍ଷରୁ ଅଦିନିଆ ରଥଯାତ୍ରା
ଜୋହାନ୍ସବର୍ଗ ଓ ଫ୍ଲୋରିଡ଼ାରେ ଅଦିନିଆ ରଥଯାତ୍ରା
ଅମାନିଆ ଇସ୍କନର ପୁଣି ଅଦିନିଆ ରଥଯାତ୍ରା । ଯେତେ ତାଗିଦା କଲେ ବି ମାନୁନି ଅମାନିଆ ଇସ୍କନ ।
ଇସ୍କନ ଅନୁଗାମୀମାନେ ଯେତେବେଳେ ଇଚ୍ଛା ସେତେବେଳେ କିଛି ନା କିଛି କାଣ୍ଡ କରି ବସିଯାଉଛନ୍ତି ।
ଏହାକୁ ନେଇ ବିଶ୍ୱର କୋଟି କୋଟି ଜଗନ୍ନାଥପ୍ରେମୀ ମଧ୍ୟ ମର୍ମାହତ ।
ତେବେ ପୁଣି ଥରେ ଅମାନିଆ ହୋଇଛି ଇସ୍କନ । ଦକ୍ଷିଣ ଆଫ୍ରିକା ଓ ଆମେରିକାରେ କରିଛି ଅଦିିନିଆ ରଥଯାତ୍ରା ।
ଏପରିକି ସେଠାରେ ରହିଥିବା ପ୍ରବାସୀ ଓଡ଼ିଆ ଏବଂ ଜଗନ୍ନାଥପ୍ରେମୀଙ୍କ ପ୍ରତିବାଦକୁ ମଧ୍ୟ ଖାତିର କଲେନି ଇସ୍କନ ଅନୁଗାମୀ ।
ଦକ୍ଷିଣ ଆଫି୍ରକାର ଜୋହାନ୍ସବର୍ଗ ଓ ଆମେରିକା ଫ୍ଲୋରିଡ଼ାରେ ଏଭଳି ଅଦିନିଆ ରଥଯାତ୍ରା କରିଛନ୍ତି ଇସ୍କନ ଅନୁଗାମୀ ।
ଏହାକୁ ନେଇ ପୁରୀ ଗଜପତି ମହାରାଜା ଓ ଶଙ୍କରାଚାର୍ଯ୍ୟଙ୍କ ସମେତ ବହୁ ଜଗନ୍ନାଥପ୍ରେମୀ ଘୋର ଅସନ୍ତୋଷ ବ୍ୟକ୍ତ କରିଛନ୍ତି ।