ଆରଜିକର ବଳାକ୍ରାର ପୀଡ଼ିତାଙ୍କ ମାଆ ବିଜେପି ପ୍ରାର୍ଥୀ
ଆଗକୁ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ।
ବିଭିନ୍ନ ରାଜନୈତିକ ଦଳଗୁଡ଼ିକରୁ ପ୍ରାର୍ଥୀପତ୍ର ଘୋଷଣା ଚାଲିଛି ।
ଏହି କ୍ଷେତ୍ରରେ ବିଜେପି ପକ୍ଷରୁ ଆରଜିକର ବଳାକ୍ରାର ପୀଡ଼ିତାଙ୍କ ମାଆ ପାଣିହାଟୀ ବିଧାନସଭା ନିର୍ବାଚନମଣ୍ଡଳରୁ ବିଜେପି ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ିବେ ବୋଲି ଜଣାପଡ଼ିଛି ।
ସୂଚନାଯୋଗ୍ୟ ଯେ ଦଳ ସଂପ୍ରତି ୨୯୪ ଆସନ ମଧ୍ୟରୁ ୨୫୫ଟି ଆସନରେ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି । ପୀଡ଼ିତାଙ୍କ ମାଆ ବିଜେପିର ସୁଖ୍ୟାତି ଗାନ କରିଥିବାବେଳେ ତୃଣମୂଳ କଂଗ୍ରେସ ଓ କଂଗ୍ରେସ ଓ ବାମମୋର୍ଚାକୁ ତୀବ୍ର ସମାଲୋଚନା କରିଥିବା ଜଣାପଡ଼ିଛି ।
ସେ କହିଛନ୍ତି ଯେ ବିଜେପି ହିଁ ଏକମାତ୍ର ଦଳ ଯିଏକି ଆମ୍ଭମାନଙ୍କ ସ୍ୱାର୍ଥରେ କାର୍ଯ୍ୟ କରୁଛି ।
ଉଲ୍ଲେଖଯୋଗ୍ୟ ଯେ ଗତ ୨୦୨୪ ମସିହା ଅଗଷ୍ଟରେ କଲକାତାର ଆରଜିକର ମେଡ଼ିକାଲ କଲେଜ ଓ ହାସପାତାଳରେ ଜଣେ ତାଲିମପ୍ରାପ୍ତ ଡାକ୍ତରଙ୍କୁ ବଳାକ୍ରାର ଓ ହତ୍ୟା କରାଯାଇଥିଲା ।
ସିସିଟିଭି ଫୁଟେଜ୍ ଆଧାରରେ ପୁଲିସ ଅଗଷ୍ଟ ୧୦ରେ ସଞ୍ଜୟ ରାୟ ନାମକ ଜଣେ ବ୍ୟକ୍ତିକୁ ଗିରଫ କରିଥିଲା । ଯେଉଁ ଘଟଣାକୁ ନେଇ ସମଗ୍ର ରାଜ୍ୟ ତଥା ଦେଶରେ ସମାଲୋଚନା ଓ ପ୍ରତିବାଦ କାର୍ଯ୍ୟସୂଚୀ ଆରମ୍ଭ ହୋଇଥିଲା ।