୨୩ରୁ ବି.ଏଡ, ଏମ.ଏଡ, ବି.ଏଚ.ଏଡ ପ୍ରବେଶିକା ପରୀକ୍ଷା ଆବେଦନ
ଶିକ୍ଷାବର୍ଷ ୨୦୨୬-୨୭ ନିମନ୍ତେ ଦୁଇ ବର୍ଷିଆ ବି.ଏଡ, ଏମ.ଏଡ, ବି.ଏଚ.ଏଡ ପାଠ୍ୟକ୍ରମରେ ନାମଲେଖା ପ୍ରକ୍ରିୟା ଆରମ୍ଭ ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ନିଷ୍ପତି ଗ୍ରହଣ କରାଯାଇଛି ।
ଦୁଇ ବର୍ଷିଆ ବି.ଏଡ, ଏମ.ଏଡ, ବି.ଏଚ.ଏଡ ପାଠ୍ୟକ୍ରମରେ ଛାତ୍ରଛାତ୍ରୀଙ୍କ ଚୟନ ପ୍ରବେଶିକା ପରୀକ୍ଷା ମାଧ୍ୟମରେ କରାଯିବ ।
ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ଆଗ୍ରହୀ ଛାତ୍ରଛାତ୍ରୀମାନେ ମାର୍ଚ ୨୩, ୨୦୨୬ରୁ ଏପ୍ରିଲ୍ ୬, ୨୦୨୬ ପର୍ଯ୍ୟନ୍ତ ସାମ୍ସ ପୋର୍ଟାଲକୁ ଯାଇ ସିଏଏଫ୍ (କମନ ଆପ୍ଲିକେସନ ଫର୍ମ) ପୂରଣ କରିପାରିବେ ।
ଆବେଦନକାରୀଙ୍କ ସମସ୍ତ ତଥ୍ୟ ଓକାକ ପକ୍ଷରୁ ଏପ୍ରିଲ ୧୩ ତାରିଖରେ ପରୀକ୍ଷା ପରିଚାଳନା କରିଥିବା ଷ୍ଟେଟ ସିଲେକ୍ସନ ବୋର୍ଡ (ଏସଏସ୍ବି)କୁ ପ୍ରଦାନ କରାଯିବ ।
ମେ ୨୭ତାରିଖରେ ପ୍ରବେଶିକା ପରୀକ୍ଷା ପାଇଁ ଆଡମିଟ୍ କାର୍ଡ ଉପଲବ୍ଧ ହେବ ।
ମେ ୩୧ତାରିଖରେ ବି.ଏଡ ପାଠ୍ୟକ୍ରମ ପାଇଁ ଏବଂ ଜୁନ ୩ ତାରିଖରେ ଏମ.ଏଡ ଏବଂ ବି.ଏଚ.ଏଡ ପାଠ୍ୟକ୍ରମ ପାଇଁ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ ବୋଲି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।