କଟକକୁ କଳଙ୍କିତ କଲେ ୩ ବିଧାୟକ : ସୁବାସ ସିଂ
ରାଜ୍ୟସଭା ନିର୍ବାଚନରେ କ୍ରସ ଭୋଟିଂ ପ୍ରସଙ୍ଗକୁ ନେଇ କଟକ ମେୟର ସୁବାସ ସିଂ ସମାଲୋଚନାମୁଖର ହୋଇଥିବା ପରିଲକ୍ଷିତ ହୋଇଛି ।
ସେ ସମାଲୋଚନା କରି କହିଛନ୍ତି ଯେ ବିଶେଷ କରି ତିନିଜଣ ବିଧାୟକ କଟକକୁ କଳଙ୍କିତ କରିଛନ୍ତି । ଏହି ତିନିଜଣ ହେଲେ ସୌଭିକ ବିଶ୍ୱାଳ, ସୋଫିଆ ଫିର୍ଦୋସ ଓ ଦେବୀରଞ୍ଜନ ତ୍ରିପାଠୀ ।
ଏମାନେ ଦଳ କ୍ଷେତ୍ରରେ ବିଶ୍ୱାସଘାତ କରିଛନ୍ତି ।
ତେଣୁ ରାଜ୍ୟବାସୀ ସେମାନଙ୍କୁ କଦାପି କ୍ଷମା ଦେବେ ନାହିଁ । ଆଗକୁ ଏମାନେ ଖତ ହୋଇଯିବେ । ଦୁଇବର୍ଷ ତଳେ ଏମାନେ ଷଡ଼ଯନ୍ତ୍ରରେ ଲିପ୍ତ ରହିଥିଲେ, ଯାହାକି ଦଳର ବରିଷ୍ଠ ନେତାନେତ୍ରୀମାନେ ବୁଝିପାରୁ ନଥିଲେ ।
ଯାହାକି ସଂପ୍ରତି ସମ୍ମୁଖକୁ ଆସିଛି । ତେବେ ଦମ୍ ଅଛି ତ ଇସ୍ତଫା ଦେଇ ପୁଣି ଥରେ ନିର୍ବାଚନ ଲଢ଼ନ୍ତୁ ।
ଅଯଥା ବାହାସ୍ଫୋଟ ନ କରି ନିର୍ବାଚନ ରଣାଙ୍ଗନରେ ଅବତୀର୍ଣ୍ଣ ହେବା ଉଚିତ୍ ।