୫୪,୯୨୬ କୋଟି ପୁଞ୍ଜିନିବେଶକୁ କେନ୍ଦ୍ର କ୍ୟାବିନେଟ ଅନୁମୋଦନ
ଭାରତବର୍ଷ ତଥା ଦେଶର ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ୫୪,୯୨୬ କୋଟି ଟଙ୍କା ବ୍ୟୟ କରାଯିବ ।
ଆଜି କେନ୍ଦ୍ର କ୍ୟାବିନେଟ୍ ଏହି କ୍ଷେତ୍ରରେ ଅନୁମୋଦନ ପ୍ରଦାନ କରିିଛି । ଜଳ ବିଦ୍ୟୁତ ପ୍ରକଳ୍ପଠାରୁ ଆରମ୍ଭ କରି ଜାତୀୟ ରାଜପଥ, ଶିଳ୍ପ ପାର୍କ ଇତ୍ୟାଦି ଅନ୍ତର୍ଭୁକ୍ତ ।
ଏହି ଅନୁମୋଦନ ରାଶିର ଏକ ବୃହତ୍ ଅଂଶ ଭାରତ ଔଦ୍ୟୋଗୀକ ବିକାଶ ଯୋଜନାରେ ଶିଳ୍ପ ବିକାଶ ପାଇଁ ବ୍ୟୟ କରାଯିବ ବୋଲି କ୍ୟାବିନେଟ୍ କମିଟି ନିଷ୍ପତି ନେଇଥିବା ଜଣାପଡ଼ିଛି ।
ଯୋଜନାରେ ଦେଶର ୧୦୦ଟି ଶିଳ୍ପ ପାର୍କର ଉନ୍ନୟନ କରାଯିବ । ଶିଳ୍ପ ପାର୍କଗୁଡ଼ିକ ସଂପୃକ୍ତ ରାଜ୍ୟ ତଥା ନିକଟବର୍ତୀ ଅଂଚଳରେ ଶିଳ୍ପ ବିକାଶକୁ ତ୍ୱରାନ୍ୱିତ କରିବା ସହିତ ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ।
ସେହିପରି କପାଚାଷୀଙ୍କ ପାଇଁ ସର୍ବନିମ୍ନ ସହାୟକ ମୂଲ୍ୟ ବାବଦକୁ ୧୧,୭୧୨ କୋଟି ଟଙ୍କାର ପ୍ରସ୍ତାବକୁ ଅନୁମୋଦନ ମିଳିଛି ।
୯୨୭ ନମ୍ବର ଜାତୀୟ ରାଜପଥର ଚାରି ଲେନ୍ କାର୍ଯ୍ୟ ନିମିତ ୬୯୬୯ କୋଟି ଟଙ୍କାର ଅନୁମୋଦନ ମିଳିଛି ।
ଦେଶରେ କ୍ଷୁଦ୍ର ଜଳ ବିଦ୍ୟୁତ୍ ଉତ୍ପାଦନ ପ୍ରକଳ୍ପଗୁଡ଼ିକ ପାଇଁ ୨୫୮୫ କୋଟି ଟଙ୍କା ବିନିଯୋଗ କରିବାକୁ ଅନୁମୋଦନ ପ୍ରଦାନ କରାଯାଇଥିବା ଜଣାପଡ଼ିଛି ।