ଓଡ଼ିଶାରେ କାଳବୈଶାଖୀର ତାଣ୍ଡବ
ସୋମବାର ସନ୍ଧ୍ୟା ସମୟରେ ସାରା ରାଜ୍ୟରେ କାଳବୈଶାଖୀର ତାଣ୍ଡବ ଦେଖିବାକୁ ମିଳିଛି ।
ଏଥିରେ କଟକ ଜିଲାର ଆଠଗଡ଼ରେ ଭୀଷଣ କ୍ଷୟକ୍ଷତି ହୋଇଛି ।
ଏକ କାର ଉପରେ ଭୁଶୁଡ଼ି ପଡ଼ିଲା ବିରାଟକାୟ ସ୍ୱାଗତ ତୋରଣ । ଫଳରେ କାରଟି ଚାପି ହୋଇରହିଥିଲାବେଳେ ଅଳ୍ପକେ ବର୍ତିଯାଇଛନ୍ତି ଚାଳକ ।
ସେହିପରି ପବନରେ ବଡ଼ ବଡ଼ ଗଛ ଭାଙ୍ଗିବା ସହିତ ବିଦ୍ୟୁତ ତାର ଛିଡ଼ିଯାଇଛି ।
ସେହିପରି ଦଶପଲାରେ ମଧ୍ୟ କାଳବୈଶାଖୀ ତାଣ୍ଡବ ରଚିଛି । ଏଥିରେ ରାବଣର ମୁଣ୍ଡ ଉଡ଼ିଯାଇଛି । ଲଙ୍କାପୋଡ଼ି ଯାତ୍ରା ପାଇଁ ନିର୍ମିତ ରାବଣ ମୁଣ୍ଡ ଭାଙ୍ଗି ଉଡ଼ିଗଲା ।
ରାସ୍ତା ଉପରେ ଲାଇଟଗେଟ୍ ଭାଙ୍ଗି ପଡ଼ିବାରୁ ଖୋର୍ଦ୍ଧା-ବଲାଙ୍ଗିର ରାସ୍ତାରେ ଯାତାୟାତ ବାଧାପ୍ରାପ୍ତ ହୋଇଛି ।