ଏକସଙ୍ଗରେ ୪ଶିଶୁଙ୍କ ଜନ୍ମ
ଋଷିଆର ସେଂଟ ପିଟର୍ସବର୍ଗରେ ଏକ ଅନନ୍ୟ ଚମକ୍ରାର ଘଟଣା ଘଟିଛି । ଜଣେ ମହିଳା ଏକାକାଳୀନ ଚାରି ଯମଜ କନ୍ୟାଙ୍କୁ ଜନ୍ମ ଦେଇଛନ୍ତି । ଯାହାକି ଋଷ ଇତିହାସରେ ବିରଳ ବୋଲି ଆଲୋଚନା ହେଉଛି ।
ସୂଚନାଯୋଗ୍ୟ ଯେ ଏପରି ଘଟଣା ପ୍ରାୟ ୧.୫୫କୋଟି ଗର୍ଭଧାରଣରେ ଗୋଟିଏ ଦେଖାଯାଇଥାଏ । ଏକ ସଙ୍ଗରେ ଜନ୍ମ ନେଇଥିବା ଚାରିଜଣ ନବଜାତ କନ୍ୟାଙ୍କ ଓଜନ ୧,୩୬୦ ଗ୍ରାମରୁ ୧,୬୪୦ଗ୍ରାମ । ପ୍ରସବ ପରେ ମାଆ ଓ ତାଙ୍କ ଚାରି କନ୍ୟା ସନ୍ତାନ ସୂମ୍ପୂର୍ଣ୍ଣ ସୁସ୍ଥ ରହିଛନ୍ତି ।
ଡାକ୍ତରୀ ଭାଷାରେ ଏହି ବିଷୟକୁ ଅସାଧାରଣ ବୋଲି ବିବେଚନା କରାଯାଉଛି । କାରଣ ୪ଜଣ ନବଜାତ ଗୋଟିଏ ଗର୍ଭନଳୀଦ୍ୱାରା ସଂଯୁକ୍ତ ରହିଥିଲେ । ଯାହାକୁ ମୋନୋକୋରିୟୋନିକ ଗର୍ଭବସ୍ଥା ବୋଲି କୁହାଯାଇଥାଏ ।
ବାସ୍ତବରେ ଏହା ଏକ ଚମକ୍ରାର ପ୍ରକ୍ରିୟା, ଯାହା ବହୁତ କମ ଦେଖାଯାଇଥାଏ । ଏହି ଜଟିଳ ଓ ସମ୍ବେଦନଶୀଳ ପ୍ରସବର ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ସେଂଟ ପିଟର୍ସବର୍ଗ ହସ୍ପିଟାଲରେ ଡାକ୍ତର ଏବଂ ଡାକ୍ତରୀ କର୍ମଚାରୀମାନେ ଏକ ସ୍ୱତନ୍ତ୍ର ଦଳ ଗଠନ କରିଥିଲେ ।
ମାଆ ଏବଂ ଚାରି ନବଜାତ ଶିଶୁଭ୍କ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ଅସ୍ତ୍ରୋପଚାର ଥିଏଟରରେ ପ୍ରତ୍ୟେକ ବିବରଣୀକୁ ସତର୍କତାର ସହ ତଦାରଖ କରାଯାଇଥିଲା ।
ସେଂଟ ପିଟର୍ସବର୍ଗର ଏହି ମାମଲା କେବଳ ରୁଷ ପାଇଁ ଗର୍ବର ବିଷୟ ନୁହେଁ, ବରଂ ଚିକିତ୍ସା ବିଜ୍ଞାନ ପାଇଁ ଗବେଷଣାର ଏକ ନୂତନ ବିଷୟ ହୋଇଛି ।