ରକ୍ତ ଯୋଗାଡ଼ ନାଁରେ ଠକେଇ, ୩ ଗିରଫ
ରକ୍ତ ଯୋଗାଡ଼ ନାଁରାଜ୍ୟର ବିଭିନ୍ନ ଡାକ୍ତରଖାନାରେ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇଥିବାବେଳେ ରକ୍ତ ସଂଗ୍ରହ କ୍ଷେତ୍ରରେ ବହୁ ରୋଗୀଙ୍କ ଆତ୍ମୀୟ ଓ ପରିବାର ଲୋକେ ହଟହଟାର ସମ୍ମୁଖୀନ ହେଉଥିବା ପରିଲକ୍ଷିତ ହୋଇଛି । କାରଣ ଡାକ୍ତର ରୋଗୀଙ୍କ ପରିବାର ଲୋକଙ୍କୁ ଯେତେ ସଂଖ୍ୟକ ବୋତଲ ରକ୍ତ ସଂଗ୍ରହ ନିମିତ କହୁଛନ୍ତି, ସେହି ସଂଖ୍ୟାରେ ରୋଗୀଙ୍କ ପରିବାର ଲୋକେ ପାଉ ନାହାଁନ୍ତି ।
ଯାହାଦ୍ୱାରା ବହୁ ହଟାହଟା ସମ୍ମୁଖୀନ ହେଉଥିବାବେଳେ ପୁଣି କେତେକ ବାଧ୍ୟ ହୋଇ ଦଲାଲଙ୍କ ଆଶ୍ରୟ ନେଉଛନ୍ତି । ବିଶେଷ କରି ରାଜ୍ୟର ବଡ଼ ଡାକ୍ତରଖାନାରେ ରୋଗୀଙ୍କୁ ଉତମ ସ୍ୱାସ୍ଥ୍ୟ ଚିକିତ୍ସା, ରକ୍ତ ଯୋଗାଇବା ଆଳରେ ଦଲାଲ ଗୋଷ୍ଠୀ ବିଶେଷ ସକ୍ରିୟ ଥିବା ପରିଲକ୍ଷିତ ହୁଏ ।
ଯାହାର ନିଦର୍ଶନ ଆଜି କଟକ ମଙ୍ଗଳାବାଗ ଥାନା ପୁଲିସଦ୍ୱାରା ଗିରଫ ହୋଇଥିବା ତିନିଜଣ ରକ୍ତ ଦଲାଲଙ୍କୁ ଦେଖି ମନେହୁଏ । ପୁଲିସ ସୂତ୍ରରୁ ଜଣାପଡ଼ିଛି ଯେ କେବଳ ଏହି ତିନିଜଣ ନୁହେଁ, ଏମାନଙ୍କ ପଛରେ ଏକ ବିଶାଳ ର୍ୟାକେଟ୍ କାର୍ଯ୍ୟ କରୁଛି ।
ସାଧାରଣ ରୋଗୀ ତଥା ରୋଗୀଙ୍କ ପରିବାରକୁ ଠକି ଏମାନେ ଏଭଳି କାରବାରରେ ଜଡ଼ିତ ରହିଛନ୍ତି ।
ଆଜି ମଙ୍ଗଳବାଗ ଥାନା ପୁଲିସ ୩ଜଣ ରକ୍ତ କାରବାର କରୁଥିବା ୩ଜଣ ଦଲାଲଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ତିନିଜଣ ହେଲେ ବରି ଅଂଚଳର ଶିବ ମହାନ୍ତି, କେନ୍ଦ୍ରାପଡ଼ାର ଅବିନାଶ ରାଉତ ଓ ଜଗତସିଂହପୁରର ଧନେଶ୍ୱର ମହାନ୍ତି ।
ଏହି ଦଲାଲମାନେ କଟକ ଏସ୍ସିବି ବଡ ଡାକ୍ତରଖାନାକୁ ଆସୁଥିବା ରୋଗୀ ଏବଂ ସେମାନଙ୍କ ଆତ୍ମୀୟଙ୍କୁ ଟାର୍ଗେଟ୍ କରୁଥିଲେ । ରକ୍ତ ପାଇଁ ଆସୁଥିବା ରୋଗୀ ଏବଂ ସେମାନଙ୍କ ପରିବାର ଲୋକଙ୍କୁ ରକ୍ତ ଯୋଗାଇଦେବାର ପ୍ରତିଶ୍ରୁତି ଦେଉଥିଲେ ଏବଂ ଅଧିକ ଟଙ୍କା ନେଇ ଫେରାର ହୋଇ ଯାଉଥିଲେ ।
ବାଲିକଦା ଅଂଚଳର ବିବେକାନନ୍ଦ ବେହେରା ଏହି ଦଲାଲଙ୍କ ଠକେଇର ଶିକାର ହୋଇ ମଙ୍ଗଳବାଗ ଥାନାରେ ଏତଲା କରିଥିଲେ । ପୁଲିସ ମାମଲା ରୁଜୁ କରି ତଦନ୍ତ କରିବା ସହ ତିନିଜଣଙ୍କ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡ଼ିଛି ।ରେ ଠକେଇ, ୩ ଗିରଫ