ମଣିପୁରରେ ହିଂସା, ୩ ମୃତ
ମଣିପୁରର କାଙ୍ଗପୋକପି ଜିଲାରେ ଶୁକ୍ରବାର ଭୋରରେ ପୁଣି ଥରେ ହିଂସାକାଣ୍ଡ ସୃଷ୍ଟି ହୋଇଛି ।
ନ୍ୟୁ କେଥେଲମାନବି ଅଂଚଳ ଧୀନରେ ଥିବା ଲୋଇବୋଲ ଗ୍ରାମ ଉପରେ କିଛି ଅଜ୍ଞାତ ସଶସ୍ତ୍ର ଆକ୍ରମଣକାରୀଙ୍କୁ ଗୁଳିମାଡ଼ରେ ୩ଜଣ ଗ୍ରାମବାସୀଙ୍କର ମୃତ୍ୟୁ ଘଟିଛି ଏବଂ ଅନେକ ଘର ପୋଡ଼ି ପାଉଁଶ ହୋଇଯାଇଛି । ୁକ୍ରବାର ସକାଳ ପ୍ରାୟ ୪ଟା ୧୦ମିନିଟରେ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ସଜ୍ଜିତ ଏହି ଦୁର୍ବୃତମାନେ ଗ୍ରାମକୁ ଫେରିଯାଇ ଆଖିବୁଜା ଗୁଳିଚାଳନା କରିଥିଲେ, ଯାହା ଫଳରେ ଶୋଇଥିବା ଗ୍ରାମବାସୀଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା । ଗୁଳିମାଡ଼ ସହ ଆକ୍ରମଣକାରୀମାନେ ଗ୍ରାମର ଅନେକେ ଘରକୁ ମଧ୍ୟ ପୋଡ଼ି ଦେଇଥିବା ଅଭିଯୋଗ ହୋଇଛି ।
ପ୍ରାଣ ହରାଇଥିବାଙ୍କ ନାମ ଲେଟଖୋଙ୍ଗାମ ହାଓକିପ, ଟିନମାରୀ ହାଇକିପ ଓ ଜାଙ୍ଗମିନଲାଲ ହାଇକିପ ବୋଲି ଜଣାପଡ଼ିଛି ।
ଘଟଣାକୁ ନେଇ ଅଂଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି ।