ଅଦାଲତର ଦ୍ୱାରସ୍ଥ ହେବ ତୃଣମୂଳ
ପଶ୍ଚିମବଙ୍ଗ ବିଧାନସଭାର ବିରୋଧୀ ଦଳ ନେତା (ଏଲଓପି) ନିଯୁକ୍ତିକୁ ଚ୍ୟାଲେଞ୍ଜ କରି ତୃଣମୂଳ କଂଗ୍ରେସ ହାଇକୋର୍ଟଙ୍କ ଦ୍ୱାରସ୍ତ ହେବାକୁ ଯୋଜନା କରିଛି ।
ତୃଣମୂଳ କଂଗ୍ରେସର ବହିଷ୍କୃତ ନେତା ଋତୁବ୍ରତ ବାନାର୍ଜୀଙ୍କୁ ଏଲଓପି ଭାବେ ନିଯୁକ୍ତି ଦେବା ନେଇ ବାଚସ୍ପତି ରଥୀନ୍ଦ୍ର ବୋଷଙ୍କ ନିଷ୍ପତିକୁ ଦଳ ବେଆଇନ ବୋଲି କହିଛି । ତେଣୁ ବାଚସ୍ପତିଙ୍କ ଏହି ନିଷ୍ପତି ବିରୋଧରେ ତୃଣମୂଳ କଂଗ୍ରେସ (ଟିଏମସି) ହାଇକୋର୍ଟରେ ଚ୍ୟାଲେଞ୍ଜ କରିବ ।
ଏ ସମ୍ପର୍କରେ ତୃଣମୂଳ ନେତ୍ରୀ ମମତା ବାନାର୍ଜୀଙ୍କ କାଳୀଘାଟସ୍ଥିତ ବାସଭବନରେ ହୋଇଥିବା ବୈଠକରେ ନିଷ୍ପତି ନିଆଯାଇଥିବା ଜଣାପଡ଼ିଛି । ସୂଚନା ଯୋଗ୍ୟ ସୋମବାର ଟିଏମସି ଏ ସମ୍ପର୍କରେ ହାଇକୋର୍ଟରେ ପିଟିସନ ଦାଏର କରିବ ବୋଲି ଦଳର ସାଂସଦ କଲ୍ୟାଣ ବାନାର୍ଜୀ କହିଛନ୍ତି ।
କଲ୍ୟାଣ ବାନାର୍ଜୀ କହିଛନ୍ତିଯେ ବାଚସ୍ପତିଙ୍କଦ୍ୱାରା ବିରୋଧୀ ଦଳ ନେତା ନିଯୁକ୍ତି ବେଆଇନ । ତେଣୁ ଏହାକୁ ହାଇକୋର୍ଟରେ ଚ୍ୟାଲେଞ୍ଜ କରାଯିବ ।
ଅନ୍ୟପଟେ ମମତା ବାନାର୍ଜୀ ଦଳର ସଭାପତି ପଦ ବଜାୟ ରଖିଥିବାବେଳେ ପୁତୁରା ଅଭିଷେକ ବାନାର୍ଜୀଙ୍କୁ ଦଳର ଜାତୀୟ ସାଧାରଣ ସମ୍ପାଦକ ପଦରେ ରଖିଛନ୍ତି । ସେହିପରି ଦଳର ବରିଷ୍ଠ ନେତା ଡେରେକ ଓବ୍ରାଏନ ଓ ଡୋଲା ସେନଙ୍କୁ ଯୁଗ୍ମ ସମ୍ପାଦକ ଏବଂ ପୂର୍ବତନ ଅର୍ଥମନ୍ତ୍ରୀ ଚନ୍ଦ୍ରିମା ଭଟ୍ଟାଚାର୍ଯ୍ୟଙ୍କୁ ରାଜ୍ୟ ସଭାପତି ଭାବେ ନିଯୁକ୍ତି ଦେଇଛ ନ୍ତି । ସାୟନି ଘୋଷଙ୍କୁ ଟିଏମସିର ଯୁବ ସଭାପତି ଓ ମାଲା ରାୟଙ୍କୁ ଟିଏମସି ମହିଳା ଶାଖା ସଭାପତି ଭାବେ ନିଯୁକ୍ତି ଦିଆଯାଇଥିବା ଦଳ ସୂତ୍ରରୁ ଜଣାପଡ଼ିଛି ।