ବିଜେପି ବିରୋଧରେ ହତ୍ୟା ଧମକ ଆଣିଲା ଟିଏମସି
ବିଜେପି ପକ୍ଷରୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ହତ୍ୟା ଧମକ ଦିଆଯାଇଛି ବୋଲି ରାଜ୍ୟ ଶାସକ ଦଳ ତୃଣମୂଳ କଂଗ୍ରେସ (ଟିଏମସି) ଅଭିଯୋଗ କରିଛି ।
ବିଜେପି ରାଜ୍ୟକୁ ‘ଗୋଲି ମାରୋ’ ଏବଂ ‘ଠୋକ ଦୋ’ ସଂସ୍କୃତି ଆଣିବାକୁ ଚେଷ୍ଟା କରୁଛି ବୋଲି ତୃଣମୂଳ କଂଗ୍ରେସ ଅଭିଯୋଗ କରିଛି ।
ଉଲ୍ଲେଖଯୋଗ୍ୟ ଯେ ବିଧାନସଭା ନିର୍ବାଚନ ପୂର୍ବରୁ ଦକ୍ଷିଣ ୨୪ପ୍ରଗଣରେ ଏକ ଚଢ଼ଉ ସମୟରେ ନିର୍ବାଚନ କମିସନଦ୍ୱାରା ନିଯୁକ୍ତ ଜଣେ ପୁଲିସ ପର୍ଯ୍ୟବେକ୍ଷକ ଅଜୟ ପାଲ ଶର୍ମା ଜଣେ ଟିଏମସି ପ୍ରାର୍ଥୀ ଜାହାଙ୍ଗିର ଖାନଙ୍କୁ ଚେତାବନୀ ଦେବାର ଭିଡିଓ ଭାଇରାଲ ହେବା ପରେ ଏହି ସଦ୍ୟ ବିବାଦ ଉପୁଜିଛି ।
ଏକ୍ସରେ ଏକ ପୋଷ୍ଟ କରି ଟିଏମସି କହିଛି ଯେ ଦୁଷ୍କମ ଧମକ ପରେ ବିଜେପି ଏବେ ମମତା ବାନାର୍ଜୀଙ୍କ ବିରୋଧରେ ଖୋଲା ହତ୍ୟା ଧମକ ଦେଉଛି ।
ଉଭୟ କେନ୍ଦ୍ର ସରକାର ଏବଂ ନିର୍ବାଚନ କମିସନଙ୍କୁ ଟାର୍ଗେଟ କରି ଟିଏମସି କହିଛି ଯେ ନିର୍ବାଚନ କମିସନ ଏବେ ନିରବଦ୍ରଷ୍ଟା ସାଜିଛନ୍ତି । ବିଜେପି ପଶ୍ଚିମବଙ୍ଗ ପାଇଁ ଏହି ପରିବର୍ତନ ଆଣିଛି । ବିଜେପି ପଶ୍ଚିମବଙ୍ଗକୁ ‘ଗୋଲି ମାରୋ’ ଏବଂ ‘ଠୋକ ଦୋ’ ସଂସ୍କୃତି ଆରିବାକୁ ଚେଷ୍ଟା କରୁଛି ।
ଦଳ ବିଜେପି ଜାତୀୟ ମୁଖପାତ୍ର ଆଲୋକ ଅଜୟଙ୍କର ଏକ ପୋଷ୍ଟକୁ ଦର୍ଶାଇ ବିଜେପି ମମତାଙ୍କୁ ହତ୍ୟା ଧମକ ଦେଇଥିବା କହିଛି ।
ଆଲୋକ ଏକ ପୋଷ୍ଟ କରି କହିଥିଲେ ଯେ ଯଦି ଆପଣ ଆମକୁ ଭୟଭୀତ କରିବାକୁ ଚେଷ୍ଟା କରିବେ, ଆପଣଙ୍କୁ ଗୁଳି କରାଯିବ ।