ରଥଯାତ୍ରାରେ ବଡ଼ ଅଘଟଣ, ଗଲା ୨ ଜୀବନ
ଚଳିତ ବର୍ଷ ରଥଯାତ୍ରାରେ ଘଟିଛି ବଡ଼ ଅଘଟଣ ।
ବଡ଼ଦାଣ୍ଡରେ ଚାଲିଗଲା ଦୁଇ ଜୀବନ ।
ଅସମ୍ଭାଳ ଭିଡ଼ ଯୋଗୁଁ ଲୋକେ ଅଣନିଃଶ୍ୱାସୀ ହୋଇପଡ଼ିବାରୁ ଏଭଳି ଅଘଟଣ ଘଟିଛି ।
ଅଣନିଃଶ୍ୱାସୀ ହୋଇ ଦୁଇ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ହୋଇଛି ବୋଲି ଖୋଦ୍ ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ସ୍ପଷ୍ଟ କରିଛନ୍ତି ।
ମୃତକ ଦ୍ୱୟ ହେଲେ ଅନିଲ ଦାସ ଓ ସୂର୍ଯ୍ୟପ୍ରକାଶ ରାଓ ବୋଲି ଜଣାପଡ଼ିଛି ।
ଏହି ଦୁହେଁ ବଡ଼ଦାଣ୍ଡରେ ପ୍ରବଳ ଭିଡ଼ ଯୋଗୁଁ ଅଣନିଃଶ୍ୱାସୀ ହୋଇପଡ଼ି ଚେତା ହରାଇଥିଲେ ।
ସେମାନଙ୍କୁ ଉପସ୍ଥିତ ସ୍ୱେଚ୍ଛାସେବୀଙ୍କ ସହାୟତାରେ ଆମ୍ବୁଲାନ୍ସ ଯୋଗେ ହସ୍ପିଟାଲକୁ ନିଆଯାଇଥିଲା ।
ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।