ରାସ୍ତାରେ ପୋହା ବିକିଲେ ଉମା ଭାରତୀ
ମଧ୍ୟପ୍ରଦେଶର ଟିକମଗଡ଼ରେ ମଙ୍ଗଳବାର ସକାଳେ ଏକ ଦୃଶ୍ୟ ଦେଖିବାକୁ ମିଳିଥିଲା ।
ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଉମା ଭାରତୀ ରାସ୍ତାକଡ଼ରେ ଏକ ଛୋଟ ଜଳଖିଆ ଦୋକାନରେ ଛିଡ଼ା ଲୋକଙ୍କୁ ଗରମ ପୋହା (ଚୂଡ଼ା ପୋଲଉ) ଖାଇବାକୁ ଦେଉଥିବା ଦେଖାଯାଇଥିଲା ।
ରାସ୍ତା କଡ଼ରେ ଥିବା ବିକ୍ରେତାଙ୍କୁ ନଗରପାଳିକା କର୍ତୃପକ୍ଷଙ୍କ ହଟାଇବା ପ୍ରତିବାଦରେ ଉମାଙ୍କର ଏହା ଥିଲା ଏକ ପ୍ରତିବାଦ ଶୈଳୀ । ୬୬ବର୍ଷୀୟ ଉମା ଭାରତୀ ସିଭିଲ ଲାଇନ ଅଂଚଳରେ ଉଠା ଦୋକାନୀଙ୍କ ସମର୍ଥନରେ ପ୍ରତିବାଦ କରିଥିଲେ ।
ଦିନକ ପୂର୍ବରୁ ପୌରପାଳିକା ଜବରଦଖଲ ଅଭିଯାନର ଅଂଶ ସ୍ୱରୂପ ବିକ୍ରେତାମାନଙ୍କୁ ହଟାଇ ଦେଇଥିଲା । ଉମା ଏହାର ପ୍ରତିବାଦ କରିବା ସହିତ ପୌର ପ୍ରଶାସନ ସହିତ ଆଲୋଚନା ପରେ ସେମାନେ ଏହାକୁ ତୁରନ୍ତ ବନ୍ଦ କରିଦେବେ ବୋଲି କହିଥିଲେ ।
ଉମାଙ୍କ ଚାରିପଟେ ନିଜ ଜୀବନ ଜୀବିକା ଉଚ୍ଛେଦ ପ୍ରତିବାଦରେ ଅନେକେ ଦୋକାନୀ ଛିଡ଼ା ହୋଇ ରହିଥିଲେ । ଦୋକାନୀଙ୍କୁ ସେହି ଜାଗାରେ କାମ କରିବାକୁ ଦେବାକୁ ଉମା ଭାରତୀ ଦାବି କରିଥିଲେ ।
ଉମା ଏହା ନେଇ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ମୋହନ ଯାଦବ ଓ ରାଜ୍ୟ ବିଜେପି ମୁଖ୍ୟ ହେମନ୍ତ ଖଣ୍ଡେଲୱାଲଙ୍କ ସହିତ କଥାବାର୍ତା କରିଥିଲେ ।
ଉମାଙ୍କ ପ୍ରତିବାଦ ଶୈଳୀ ସହରରେ ଯେତିକି ଚର୍ଚା ହେଉଥିଲା, ସେତିକି ତାଙ୍କୁ ସମର୍ଥନ ମଧ୍ୟ କରୁଥିବା ଦେଖାଯାଇଥିଲା ।