ବାଲିଅନ୍ତା ସୌମ୍ୟରଞ୍ଜନ ହତ୍ୟାକାଣ୍ଡ ଅପଡେଟ୍
୪ ପୁଲିସ ଅଧିକାରୀ ସସପେଣ୍ଡ
ବହୁ ଚର୍ଚ୍ଚିତ ବାଲିଅନ୍ତା ସୌମ୍ୟରଞ୍ଜନ ହତ୍ୟାକାଣ୍ଡରେ ଆକ୍ସନ ମୋଡକୁ ଆସିଛି କମିଶନରେଟ ପୁଲିସ ।
ଏହି ଘଟଣାରେ ପୁଲିସର ଦାୟିତ୍ୱହୀନତା ଓ ଅବହେଳାକୁ ବିଚାରକୁ ଆଣି ବାଲିଅନ୍ତା ଥାାନା ଆଇଆଇସି ଅନିଲ କୁମାର ପରିଡ଼ାଙ୍କୁ ଭୁବନେଶ୍ୱର ମୁଖ୍ୟାଳୟ ୟୁପିଡ଼ିକୁ ବଦଳି କରିଥିବାବେଳେ ଜଣେ ଏସଆଇ, ଜଣେ ଏଏସଆଇ, କନେଷ୍ଟବଳ ରାମଚନ୍ଦ୍ର ବେହେରା ଓ ଜଣେ ଓଏପିଏଫଙ୍କୁ ପୁଲିସ କମିଶନରେଟ ନିଲମ୍ବିତ କରିଛନ୍ତି ।
ଏଥିସହ ୨ ହୋଗାର୍ଡଙ୍କୁୁ ମଧ୍ୟ କାର୍ଯ୍ୟରୁ ଅନ୍ତର କରାଯାଇଛି ।
ଏହି ହତ୍ୟାକାଣ୍ଡର ଟିକିନିଖି ତଦନ୍ତ ପାଇଁ ଅଡ଼ଶପୁରରେ କ୍ରାଇମବ୍ରାଂଚ ଟିମ ପହଂଚି ଖୋଳତାଡ଼ କରିଛି ।
ସୌମ୍ୟଙ୍କ ଘରେ ମଧ୍ୟ କ୍ରାଇମବ୍ରାଂଚ ଟିମ୍ର ତନାଘନା ଜାରି ରହିଥିବାବେଳେ ଘଟଣାଦିନ ସୌମ୍ୟଙ୍କ ସାଥିରେ ଥିବା ସାଙ୍ଗ ଓମପ୍ରକାଶଙ୍କୁ ମଧ୍ୟ ଟିମର ଅଧିକାରୀମାନେ ପଚରାଉଚୁରା କରିଛନ୍ତି ।