ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର
ଏଥରକ ମୌସୁମୀ ପାଇଁ ପାଗ ଅନୁକୂଳ ରହିଛି ବୋଲି ଭାରତୀୟ ପାଣିପାଗ ବିଭାଗ ସୂଚନା ଦେଇଛି ।
କାରଣ ଉତର ଶ୍ରୀଲଙ୍କା ଉପକୂଳ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି ।
ଆସନ୍ତା ୪୮ ଘଂଟା ମଧ୍ୟରେ ଅଧିକ ଘନୀଭୂତ ହେବା ସମ୍ଭାବନା ଦେଖା ଦେଇଛି ।
ଏହାର ପ୍ରଭାବରେ ଦକ୍ଷିଣପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପକ୍ଷେତ୍ର ସୃଷ୍ଟି ହୋଇଛି ବୋଲ ଭାରତୀୟ ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ ‘ଏକ୍ସ’ରେ ସୂଚନା ଦେଇଛନ୍ତି ।
ତାଙ୍କ ସୂଚନା ମୁତାବକ, ଏଥରକ ମୌସୁମୀ ଅତି ଶୀଘ୍ର ଆଣ୍ଡାମାନ ସାଗର ଓ ଆଣ୍ଡାମାନ ଓ ନିକୋବର ଦ୍ୱୀପୁପୁଞ୍ଜ ଆସିବାର ସମ୍ଭାବନା ଦେଖାଦେଇଛି ।
ବିଶେଷ କରି ଦକ୍ଷିଣପଶ୍ଚିମ ମୌସୁମୀ ବାୟୁ ଅଗ୍ରସର ପାଇଁ ପାଗ ଅନୁକୂଳ ସମ୍ଭାବାନ ସୃଷ୍ଟି ହୋଇଛି ବୋଲି ଭାରତୀୟ ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ ‘ଏକ୍ସ’ରେ ସୂଚନା ଦେଇଛନ୍ତି ।