ମୋଦୀଙ୍କୁ ଝାଲମୁଢ଼ି ଖୁଆଇଥିବା ‘ବିକ୍ରମ’ଙ୍କୁ ହତ୍ୟା ଧମକ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ‘ଝାଲମୁଢ଼ି’ ଖୁଆଇ ଚର୍ଚାକୁ ଆସିଥିବା ବିକ୍ରେତା ‘ବିକ୍ରମ ସାଓ’ଙ୍କ ନିକଟରେ ଏକ ଧମକପୂର୍ଣ୍ଣ ଫୋନ କଲ ଆସିବା ବିଷୟ ସାଧାରଣଙ୍କ ଚର୍ଚାକୁ ଆସିଥିବା ବେଳେ ତାଙ୍କୁ ଓ ତାଙ୍କ ପରିବାରକୁ ବୋମା ମାଡ଼ ଏବଂ ଜୀବନରୁ ମାରିଦେବା ପାଇଁ ପାକିସ୍ତାନ ଓ ବାଂଲାଦେଶର ବିଭିନ୍ନ ନମ୍ବରରୁ କ୍ରମାଗତ ଭାବେ ଫୋନ ଆସୁଥିବା ଅଭିଯୋଗ ହୋଇଛି ।
ଏହି ଘଟଣା ପରେ ବିକ୍ରମ ଓ ତାଙ୍କ ପରିବାର ଭୟଭୀତ ହୋଇପଡ଼ିଛନ୍ତି । ବିଷୟକୁ ନେଇ ଅଂଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି । ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି ।
ପ୍ରସଙ୍ଗତଃ ଗତ ଏପ୍ରିଲ ୧୯ ତାରିଖରେ ଝାଡ଼ଗ୍ରାମରେ ଏକ ନିର୍ବାଚନ ସଭା ସାରି ଫେରିବାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାସ୍ତାକଡ଼ ଥିବା ବିକ୍ରମଙ୍କ ଦୋକାନରୁ ଝାଲମୁଢ଼ି ଖାଇଥିଲେ । ଯାହାର ଫୋଟା ସାମାଜିକ ଗଣମାଧ୍ୟମରେ ବିଶେଷ ଭାବେ ଭାଇରାଲ ହୋଇଥିଲା ।
ଘଟଣାକୁ ତକ୍ରାଳୀନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏହାକୁ ଭାରତୀୟ ଜନତା ପାର୍ଟିର ଏକ ‘ପୂର୍ବ ଯୋଜନାବଦ୍ଧ ନାଟକ’ ବୋଲି କହି ସମାଲୋଚନା କରିଥିଲେ ।
ଭୋଟ ଫଳ ପ୍ରକାଶ ପରେ ମଧ୍ୟ ଏହି ଝାଲମୁଢ଼ିକୁ ନେଇ ବିଭିନ୍ନ ପ୍ରକାର ପ୍ରସାର ଓ ଆଲୋଚନା ହୋଇଛି ।
ଏକ ସାଧାରଣ ଖାଦ୍ୟକୁ ନେଇ ସୃଷ୍ଟି ହୋଇଥିବା ବିବାଦ ଏବେ ସୁରକ୍ଷା ଏଜେନ୍ସିଗୁଡ଼ିକ ପାଇଁ ଚିନ୍ତାର ବିଷୟ ପାଲଟିଥିବା ପରିଲକ୍ଷିତ ହୋଇଛି ।