ଶନିବାରଠୁ ୬ଦିନ ବନ୍ଦ ରହିବ ବ୍ୟାଙ୍କ
ଷ୍ଟେଟବ୍ୟାଙ୍କରେ ଆକାଉଂଟ ଥିଲେ ସାବଧାନ ହୋଇ ଯାଆନ୍ତୁ ।
କାରଣ ଶନିବାରଠୁ ଆଗାମୀ ୬ଦିନ ବ୍ୟାଙ୍କ ବନ୍ଦ ରହିବ । ଯାହାଦ୍ୱାରା ସାଧାରଣ ଗ୍ରାହକ ହଟହଟାର ସମ୍ମୁଖୀନ ହେବାର ସମ୍ଭାବନା ରହିଛି । ସୂଚନା ଅନୁସାରେ ଆସନ୍ତାକାଲି ୨୩ତାରିଖ ହେଉଛି ମଙ୍କସର ଚତୁର୍ଥ ଶନିବାର । ଯେଉଁଥିପାଇଁ ବ୍ୟାଙ୍କ ସାଧାରଣତଃ ବନ୍ଦ ରହିବ ।
ସେହିପରି ୨୪ ତାରିଖ ରବିବାର ପଡ଼ୁଥିବାବେଳେ ୨୫ ତାରିଖ ସୋମବାର, ୨୬ ତାରିଖ ମଙ୍ଗଳବାରରେ ଷ୍ଟେଟ ବ୍ୟାଙ୍କ କର୍ମଚାରୀମାନେ ଧର୍ମଘଟ ପାଳନ କରୁଛନ୍ତି । ବ୍ୟାଙ୍କ ଧର୍ମଘଟ ଯୋଗୁଁ ସୋମବାର, ମଙ୍ଗଳବାର ଲଗାତର ଦୁଇଦିନ ବ୍ୟାଙ୍କର ସମସ୍ତ ଶାଖା ବନ୍ଦ ରହିବାର ସମ୍ଭାବନା ରହିଛି ।
ସମଗ୍ର ଦେଶରେ ଏସବିଆଇ କର୍ମଚାରୀମାନେ ଦରମା, ପେନସନ ଇତ୍ୟାବି ବିଭିନ୍ନ ଦାବି ନେଇ ଧର୍ମଘଟ ଡାକରା ଦେଇଛନ୍ତି । ଏହାପରେ ୨୭ତାରିଖ ବୁଧବାର ଏବଂ ୨୮ତାରିଖ ଗୁରୁବାର ଇଦ-ଉଦ-ଜୁହା ପାଇଁ ବ୍ୟାଙ୍କ ଛୁଟି ରହିବ ବୋଲି ସୂଚନା ରହିଛି । ଏସବିଆଇ ସର୍ବ ଭାରତୀୟ କର୍ମଚାରୀ ସଂଘ ଅଲ ଇଣ୍ଡିଆ ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ ଷ୍ଟାଫ ଫେଡ଼େରେସନ (ଏଆଇଏସବିଆଇଏସଏଫ) ଏହି ଧର୍ମଘଟ ଡାକରା ଦେଇଛି ।
ନୂତନ ନିଯୁକ୍ତି, ପେନସନ ବ୍ୟବସ୍ଥା, ପଦୋନ୍ନତି ଏବଂ ବିଭିନ୍ ନସୁବିଧା ସହ ମୋଟ ୧୬ଦଫା ଦାବି ରଖାଯାଇଥିବା ଜଣାପଡ଼ିଛି ।