ପ.ବଙ୍ଗ ନିର୍ବାଚନ : ୧୭୩ ପୁଲିସ ପ୍ରଭାରୀଙ୍କ ବଦଳି
ପଶ୍ଚିମବଙ୍ଗ ନିର୍ବାଚନ ତାରିଖ ଘୋଷଣା ପରେ ନିର୍ବାଚନ କମିସନ କାର୍ଯ୍ୟରେ ଲାଗି ପଡ଼ିଛନ୍ତି । ରାଜ୍ୟରେ ପୁଣି ଥରେ ଅଧିକାରୀଙ୍କ ବଦଳି ଦେଖିବାକୁ ମିଳିଛି ।
ରବିବାର ନିର୍ବାଚନ କମିସନ କଲକାତା ପୁଲିସ ଅଧିନରେ ଥିବା ନ୩୧ଟି ପୁଲିସ ଷ୍ଟେସନ ସମେତ ରାଜ୍ୟର ୧୭୩ଟି ପୁଲିସ ଷ୍ଟେସନର ଦାୟିତ୍ୱରେ ଥିବା ଅଧିକାରୀ ଏବଂ ନିରୀକ୍ଷକମାନଙ୍କୁ ବଦଳି କରିଛନ୍ତି ।
ନିରପେକ୍ଷ ଓ ଅବାଧ ବିଧାନସଭା ନିର୍ବାଚନ ସୁନିଶ୍ଚିତ କରିବା ସକାଶେ ଏହି ପଦକ୍ଷେପ ବୋଲି କୁହାଯାଇଛି ।
ଏହି ପୁନର୍ଗଠନରେ କଲକାତାର ଭବାନୀପୁର ଏବଂ ପୂର୍ବ ମେଦିନୀପୁର ଜିଲାର ନନ୍ଦିଗ୍ରାମ ଭଳି ପ୍ରମୁଖ ନିର୍ବାଚନମଣ୍ଡଳୀରେ ନିଯୁକ୍ତ ଅଧିକାରୀମାନେ ମଧ୍ୟ ସାମିଲ ଅଛନ୍ତି ।
ଏହି ବଦଳିଗୁଡ଼ିରେ କୁଚବିହାର, ମାଲଦହ, ମୁର୍ଶିଦାବାଦ, ବୀରଭୂମ, ପଶ୍ଚିମ ମେଦିନୀପୁର, ହାଓଡ଼ା, ଉତର ଓ ଦକ୍ଷିଣ ୨୪ପ୍ରଗଣା ଭଳି ଜିଲାରେ ନିରୀକ୍ଷକ ଏବଂ ନିରୀକ୍ଷକ ଭାବେ ନିଯୁକ୍ତି ଇନ୍ସପେକ୍ଟର ଏବଂ ସବ-ଇନ୍ସପେକ୍ଟରମାନେ ମଧ୍ୟ ଅନ୍ତର୍ଭୁକ୍ତ ।
ନିର୍ଦେଶ ଅନୁସାରେ, ପୂର୍ବରୁ ସ୍ୱତନ୍ତ୍ର ଟାସ୍କ ଫୋର୍ସରେ ନିଯୁକ୍ତ ସୌମିତ୍ର ବସୁ ଭବାନୀପୁର ପୁଲିସ ଷ୍ଟେସନର ପୁଲିସ ନିରୀକ୍ଷକ ଭାବେ ଦାୟିତ୍ୱ ଗ୍ରହଣ କରିବେ ବୋଲି ଜଣାପଡ଼ିଛି ।