୪ଦିନ ଚାଲିବ ଝଡ଼ବର୍ଷା
ପଶ୍ଚିମାଝଡ଼ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହେଉଥିବାବେଳେ ପବନର ବେଗ ଅଧିକ ରହୁଛି ।
ମୟୁରଭଞ୍ଜ. କେନ୍ଦୁଝର, ବାଲେଶ୍ୱର ଓ ଭଦ୍ରକ ଜିଲାର କିଛିକିଛି ସ୍ଥାନରେ ବର୍ଷା ହେବାକୁ ଥିବାବେଳେ ୫୦ରୁ ୬୦କିମି ବେଗରେ ପବନ ବହିବାର ଆଶଙ୍କା ରହିଛି ।
ସ୍ଥାନେ ସ୍ଥାନେ କୁଆପଥର ବର୍ଷା ମଧ୍ୟ ହୋଇପାରେ ।
ମୟୁରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ଭଦ୍ରକ, ଗଂଜାମ, ଗଜପତି ଓ ରାୟଗଡ଼ା ଜିଲାର ବିଭିନ୍ନ ସ୍ଥାନରେ ବର୍ଷା ପ୍ରଭାବ ସୃଷ୍ଟି ହୋଇଛି ।
ଫଳରେ ଏହି ସମସ୍ତ ଜିଲା ପାଇଁ ଆଂଚଳିତ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣଂ ଜାରି କରାଯାଇଛି । ସେହିପରି ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, କୋରାପୁଟ ଓ ମାଲକାନାଗିରିରେ ବିଜୁଳି, ଘଡ଼ଘଡି ସହ ବର୍ଷା ହେବାର ସମ୍ଭାବନା ରହିଛି ।
ଆସନ୍ତା ୩ ତାରିଖ ପର୍ଯ୍ୟନ୍ତ ଏଭଳି ଝଡ଼ବର୍ଷାର ସମ୍ଭାବନା ଦେଖାଦେଇଛି । ଅନ୍ୟପକ୍ଷରେ ଏଭଳି ବର୍ଷା ଯୋଗୁ ଁ ରାଜ୍ୟରେ ତାତି ବଢ଼ିବାର ଆଶଙ୍କା ନାହିଁ ।
୩ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିବା ଯୋଗଁ ତାପମାତ୍ରା ବୃଦ୍ଧି ପାଇବାର ସମ୍ଭାବନା ନାହିଁ । ବିଭିନ୍ନ ସ୍ଥାନରେ ମେଘୁଆ ବାଗ ରହିପାରେ ।